ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨୫ଶହ ଛୁଇଁବ

ଭୁବନେଶ୍ୱର,୨୨।୮(ଅଭିଜିତ ଦାସ):ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୀ ଚାଲିଥିବାବେଳେ ସ୍ଥିତି ବିଗିଡିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ଶହ ମୁହାଁ ହୋଇଛି। ଗତ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୩୬ ହଜାର ୫୦୦ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨ ହଜାର ୪୨୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨ ଦିନ ମଧ୍ୟରେ ୯୦୫ ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ୧୩୨ ଡେଙ୍ଗୁ ପଜିଟିଭ୍‌ ଆସିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ୍‌ ୧୨୨୦ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲାରୁ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୨୧୨, ପୁରୀରେ ୨୨୯, କଟକରେ ୧୫୩, ଜଗତ୍‌ସିଂହପୁରରେ ୧୧୯ ଓ ନୟାଗଡରେ ୯୩ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାର ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ହୋଇଥିବାରୁ ରାଜଧାନୀରେ ଡେଙ୍ଗୁ ସ୍ଥିତି ଉଦ୍‌ବେଗଜନକ ରହିଥିବା ଜଣାପଡିଛି। ରିପୋର୍ଟ ଅନୁସାରେ, ଖୋର୍ଦ୍ଧାରୁ ଚିହ୍ନଟ ୧୨୨୦ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୦୫୯ ରହିଛନ୍ତି। ବିଶେଷକରି ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ-୯ ଓ ଶହୀଦନଗର ଆଦି ଅଞ୍ଚଳ ହଟ୍‌ସ୍ପଟ୍‌ ପାଲଟିଥିବାବେଳେ ଭିଏସ୍‌ଏସ୍‌ ନଗର, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରୁ ଡେଙ୍ଗୁ ରୋଗୀ ବାହାରୁଛନ୍ତି। ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୧୦୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଚାର୍ଯ୍ୟ ବିହାରରୁ ୯୯, ଜୟଦେବ ବିହାରରୁ ୬୪, ୟୁନିଟ -୯ରୁ ୫୬, ଶହୀଦନଗର ଅଞ୍ଚଳରୁ ୫୩ଜଣ ଡେଙ୍ଗୁରେ ଆକ୍ରନ୍ତ ହୋଇଛନ୍ତି। ତେବେ ବହୁ ଆକ୍ରାନ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଓ ଏହାର ଠିକ୍‌ ତଥ୍ୟ ସରକାରଙ୍କ ପାଖରେ ନ ଥିବାରୁ ରାଜ୍ୟରେ ପ୍ରକୃତ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଢେର୍‌ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଅନେକ ସମୟରେ ଡେଙ୍ଗୁ ମୃତ୍ୟୁ ନେଇ ଅଭିଯୋଗ ଆସୁଥିବାବେଳେ ଏଯାଏ ସ୍ବାସ୍ଥ୍ୟ ବିଭାଗ ତାଲିକାରେ ସ୍ଥାନ ପାଇ ନ ଥିବାରୁ ସନ୍ଦେହ ସୃଷ୍ଟି ହେଉଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଡେଙ୍ଗୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଭୁବନେଶ୍ୱରରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଏଥିଲାଗି ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। କଟକ, ପୁରୀ, ବାଲେଶ୍ୱର ଭଳି ଜିଲାରେ ବେଡ୍‌ ସଂଖ୍ୟା ବଢାଯାଇଛି। ସମସ୍ତ ବ୍ଲଡ୍‌୍‌ ବ୍ୟାଙ୍କରେ ରକ୍ତ ମହଜୁଦ ରଖାଯାଇଛି। ଡେଙ୍ଗୁ ମୁକାବିଲା ପାଇଁ ଜିଲାସ୍ତରରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଉକ୍ତ ଟିମ୍‌ ଦ୍ୱାରା ଡେଙ୍ଗୁ ମୃତ୍ୟୁର ଯାଞ୍ଚ କରାଯିବ। ଯାଞ୍ଚ ରିପୋର୍ଟ ପରେ ଡେଙ୍ଗୁ ମୃତ୍ୟୁ ସ୍ପଷ୍ଟ ହେବ। ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଆମ ହସ୍ପିଟାଲରେ କେବଳ ଭୁବନେଶ୍ୱରବାସୀ ନୁହନ୍ତି, ରାଜ୍ୟର ବିଭିନ୍ନ ଜିଲାରୁ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଦୈନିକ ୩ଶହ ଟେଷ୍ଟିଂ କରାଯାଉଥିବାବେଳେ ବର୍ତ୍ତମାନ ୫ଶହ ଟେଷ୍ଟିଂ କରାଯାଉଛି। ଡେଙ୍ଗୁ ଲାଗି ସ୍ବତନ୍ତ୍ର ବେଡ୍‌ ପର୍ଯ୍ୟାପ୍ତ ପରିମାଣ ନ ଥିବାରୁ ଫୋଲ୍ଡିଂ ବେଡ୍‌ କିଣାଯାଇ ଏକ ଅସ୍ଥାୟୀ ୱାର୍ଡ କରାଯାଇଛି। ପୂର୍ବରୁ ହସ୍ପିଟାଲରେ ଟେଷ୍ଟିଂ ଲାଗି ଅପେକ୍ଷା କରିବାକୁ ପଡୁଥିଲାବେଳେ ମଙ୍ଗଳବାରରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଲାଗି ସ୍ବତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image