Categories: ଜାତୀୟ

ତୁଟୁନି ପୁତ୍ର ମୋହ: ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୧: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିହାର ନିର୍ବାଚନ ଫଳାଫଳପରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଦଳର ୨୩ ଜଣ ଅସନ୍ତୁଷ୍ଟଙ୍କ ବୈଠକ ଶେଷ ହୋଇଥିବା କୁହାଯାଉଛି। ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଏବେ ୫୦ ଟିପିଥିବା ଚର୍ଚ୍ଚା ହେଉଛି। ଅସନ୍ତୁଷ୍ଟମାନେ କହିଛନ୍ତି ଯେ, ଦଳର ପୁନରୁଦ୍ଧାର ପାଇଁ ଏଭଳି କରାଯାଉଛି। ଏହା ବିଦ୍ରୋହ ଅବା ଦଳ ବିରୋଧୀ କାର୍ଯ୍ୟ ନୁହେଁ। କେତେକ ଆବଶ୍ୟକ ସୁଧାର ଉପରେ ଗୁରୁତ୍ୱାରୋପ କରାଯାଉଥିବା ଅସନ୍ତୁଷ୍ଟମାନେ କହିଛନ୍ତି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପୁତ୍ର ମୋହ ଯୋଗୁ ଦଳର ସ୍ଥିତି ଖରାପ ହେବାରେ ଲାଗିଥିବା ଚର୍ଚ୍ଚା ହେଉଛି। ରାହୁଲ ଗାନ୍ଧୀଙ୍କ ଯୋଗୁ ଦଳରେ ନେତୃତ୍ୱ ପରିବର୍ତ୍ତନ ଲାଗି ସୋନିଆ ପଦକ୍ଷେପ ନେଉ ନ ଥିବା କୁହାଯାଉଛି।

Share