କମୁଛି ହାତୀ ସଂଖ୍ୟା: ଆଜି ଆଉ ଗୋଟିଏ ଆଖି ବୁଜିଲା, ୩ ମାସରେ ମଲେଣି ୩ ଦନ୍ତା

ଭଞ୍ଜନଗର,୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଗୟଗଣ୍ଡା ନିକଟସ୍ଥ ରାମ୍ପ ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ବିଗତ କିଛିଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଥିଲା। ତାକୁ ବନ ବିଭାଗ ପକ୍ଷରୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ନ ପାରିବାରୁ ଶେଷରେ ହାତୀଟି ଆଖି ବୁଜିଥିବା ଅଭିଯୋଗ ହେଉଛି। ହାତୀଟି କେଉଁଭଳି ପରିସ୍ଥିତିରେ ଅସୁସ୍ଥ ହେଲା ସେନେଇ ସଠିକ୍‌ ଭାବେ ଜଣାପଡ଼ିନାହିଁ। ଖବରପାଇ ଡିଏଫ୍‌ଓ ସୁଦର୍ଶନ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଅପରାହ୍ନରେ ବ୍ୟବଚ୍ଛେଦ ପରେ ହାତୀଟିକୁ ସେଠାରେ ପୋତି ଦିଆଯାଇଛି। ବିଗତ ୩ ମାସ ମଧ୍ୟରେ ଏହି ବନଖଣ୍ଡରେ ୩ ଦନ୍ତାହାତୀଙ୍କ ମୃତ୍ୟୁ ହୋଇସାରିଲାଣି।

ସୂଚନାନୁସାରେ, ଗଞ୍ଜାମ ଜିଲାରେ ୫୩ଟି ହାତୀ ଥିଲେ। ସେଥିମଧ୍ୟରୁ ୧୧ଟି ଦନ୍ତା ହାତୀ ଥିଲେ। ୨୦୧୭ରୁ ଶନିବାର ସୁଦ୍ଧା ଜିଲାରେ ୧୧ଟି ଦନ୍ତା ହାତୀ ମରିସାରିଲେଣି।

Share