ଭଦ୍ରକରେ ୨୪୬ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୪।୭: ଭଦ୍ରକ ଜିଲାରେ ଶନିବାର ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରୁ ୧୧ ଜଣ ସାଙ୍ଗରୋଧ କେନ୍ଦ୍ରର ଓ ଜଣେ ସ୍ଥାନୀୟ ଅଞ୍ଚଳର ଅଛନ୍ତି। ଏମାନେ ବାସୁଦେବପୁର ଓ ଧାମନଗର ଅଞ୍ଚଳର ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।