ବଢୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା

ରାଉରକେଲା,୧୫।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ବର୍ଷ ୯ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗର ଶିକାର ହେଉଥିବା ଜଣାପଡିଛି। ସେହିପରି ସମୁଦାୟ କିଡ୍‌ନୀ ରୋଗୀଙ୍କ ମଧ୍ୟରୁ ପ୍ରତିବର୍ଷ ୫ପ୍ରତିଶତ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ବର୍ତ୍ତମାନ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ୍‌)ରେ ମୋଟ ୮୦ଜଣ କିଡ୍‌ନୀ ରୋଗୀଙ୍କ ଡାଏଲିସିସ ଚାଲିଛି। ରାଉରକେଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ରୋଗ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ହେଉଥିଲେ ମଧ୍ୟ ସଫଳତା ମିଳିପାରିନାହିଁ।
ସୂଚନା ଅନୁସାରେ, କିଡ୍‌ନୀ ରୋଗୀ ପ୍ରଚୁର ଜଳପାନ କରିବା ଆବଶ୍ୟକ। ଏହି ଜଳରେ ଆଇରନ ମାତ୍ରା ୭୦ପ୍ରତିଶତରୁ କମ୍‌ ରହିବା ଆବଶ୍ୟକ। କୂପ ଓ ନଲକୂପ ପାଣି ଅଧିକ ଆଇରନଯୁକ୍ତ ଥାଏ। ପାଇପ ଲାଇନ ଜଳ ପରୀକ୍ଷଣ ହୋଇ ବିତରଣ ହେଉଥିବାରୁ ଏଥବରେ ଆଇରନ ଅଂଶ କମ୍‌ ଥାଏ। ଏହି କାରଣରୁ ପାଇପ ଲାଇନ ଜଳ କିଡ୍‌ନୀ ରୋଗୀଙ୍କ ପାଇଁ ଉତ୍କୃଷ୍ଟ ସାବ୍ୟସ୍ତ ହୋଇଥାଏ। ମାତ୍ର ସହରରେ ଏଯାଏ ୪୧ ଓ୍ବାର୍ଡ ମଧ୍ୟରୁ ଅଧିକାଂଶ ଓ୍ବାଡର୍ର୍ରେ ପାଇପ ଲାଇନ ସଂଯୋଗ ହୋଇନାହିଁ। ଫଳରେ ସହରର ୪୦ଭାଗ ଲୋକ ଅଧିକ ଆଇରନଯୁକ୍ତ ପାଣି ବ୍ୟବହାର କରୁଛନ୍ତି। ସହରର ପ୍ରତ୍ୟେକ ଗଳିକନ୍ଦିରେ ଅପମିଶ୍ରିତ ମସଲା ଏବଂ ତୈଳ ଜାତୀୟ ଖାଦ୍ୟ ସହ ବିନା ପରୀକ୍ଷଣରେ ବିଭିନ୍ନ କମ୍ପାନୀ ଦ୍ୱାରା ନିର୍ମିତ ଅବୈଧ ପ୍ଲାଷ୍ଟିକ ବୋତଲ ପାଣି ଖୁଲମଖୁଲା ବିକ୍ରି ହେଉଛି। ଖାଦ୍ୟ ସୁରକ୍ଷା ବିଭାଗ ଚଢାଉ କରୁଥିଲେ ମଧ୍ୟ ଏଥିରେ କଟକଣା ଲଗାଇ ପାରୁନି। ଏହା କିଡ୍‌ନୀ ରୋଗ ବୃଦ୍ଧିର ବାହକ ସାଜୁଛି।
ଆରଜିଏଚ୍‌ରେ ଫିଷ୍ଟୁଲା ସର୍ଜରୀ ବ୍ୟବସ୍ଥା ନ ହେବା କିଡ୍‌ନୀ ରୋଗୀମାନଙ୍କ ଡାଏଲିସିସରେ ବ୍ୟାଘାତ ସୃଷ୍ଟି କରୁଛି। ଅନ୍ୟପଟେ ଆର୍‌ଜିଏଚ୍‌ରେ ରାହୀ କେୟାର ସଂସ୍ଥାକୁ ଡାଏଲିସିସ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଉକ୍ତ ସଂସ୍ଥା ପକ୍ଷରୁ ୧୦ଟି ନେଗେଟିଭ ଓ ଗୋଟିଏ ପଜିଟିଭ (ହେପାଟାଇଜ-ସି ମେଶିନ ସହିତ ଏଚ୍‌ଆଇଭି ଆଣ୍ଟିବଡି ପରୀକ୍ଷଣ) ଯନ୍ତ୍ର ରହିଛି। ଏପର୍ଯ୍ୟନ୍ତ ଡାଏଲିସିସ ଲାଗି ଅତି ଆବଶ୍ୟକ ଫିଷ୍ଟୁଲା ସର୍ଜରୀ ମେଶିନ ସହ ଅନେକ ଜରୁରୀ ଆନୁଷଙ୍ଗିକ ଯନ୍ତ୍ର ସ୍ଥାପିତ ହୋଇନାହିଁ। ଡାଏଲିସିସ ବିଭାଗ ନେଫ୍ରୋଲୋଜି ବିଶେଷଜ୍ଞ ବିହୀନ। ବିଭାଗର ସବୁ ଦାୟିତ୍ୱ ଜଣେ ଏମବିବିଏସ ଡାକ୍ତରଙ୍କ ଭରସାରେ ଚାଲିବା ଆରଜିଏଚ୍‌ରେ ଅସଜଡା ଭିତ୍ତିଭୂମିକୁ ପ୍ରମାଣ କରୁଛି। ଏ ନେଇ ରାହୀ କେୟାର ସଂସ୍ଥାର ପରିଚାଳକ ରୂପେଶ ରଥଙ୍କୁ ପଚାରିବାରୁ ସେ କହିଲେ, ସହରରେ ଜଳ, ମସଲା ଓ ତୈଳଜାତ ଦ୍ରବ୍ୟ ସହ ଅତ୍ୟଧିକ ମାତ୍ରାରେ ବିନା ଡାକ୍ତରୀ ପ୍ରେସକିପ୍ସନରେ ଔଷଧ ଓ ପେନକିଲର ବ୍ୟବହାର ବୃଦ୍ଧି ପାଉଛି। ଏଥିସହ ଅତ୍ୟଧିକ ନିଶାଦ୍ରବ୍ୟ ବ୍ୟବହାର ମଧ୍ୟ ଏହାର କାରଣ ସାଜୁଛି। ବର୍ତ୍ତମାନ ଆରଜିଏଚ୍‌ କିଡ୍‌ନୀ ବିଭାଗରେ ମୋଟ ୮୦ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ସେ କହିଥିଲେ। ଏ ସମ୍ପର୍କରେ ଆର୍‌ଜିଏଚ୍‌ର ମେଡ଼ିସିନ ବିଶେଷଜ୍ଞ ଡାକ୍ତର ଏସ୍‌. ଏ. ଖାନ କୁହନ୍ତି, ମୁଖ୍ୟତଃ ଆଇରନଯୁକ୍ତ ଜଳ ବିଶେଷ ପ୍ରଭାବ ପକାଉଛି। ଏହାସହିତ ଅଧିକ ପେନକିଲର ମେଡିସିନ ବ୍ୟବହାର ଏବଂ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗ ହ୍ରାସ ନ ହେବା ମଧ୍ୟ କାରଣ ସାଜିଛି। ମସଲା ଓ ତୈଳଯୁକ୍ତ ଅସନ୍ତୁଳିତ ଖାଦ୍ୟ ମଧ୍ୟ ପ୍ରଭାବ ପକାଉଛି। ତେବେ ବିଶୋଧବତ ଜଳ ପିଇବା ଆବଶ୍ୟକ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ହୋଇ ଜଳିଗଲା ୭ ବଖରା

ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି।...

ବବି ଦାସ ଭାଇଙ୍କ ନାଁରେ ଏତଲା, ବ୍ୟବସାୟୀଙ୍କୁ ଧମକ ଦେଇ…

ଯାଜପୁର,୨୨ା୧୧: ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦିଆଯାଇଛି। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ...

କୃଷକଙ୍କ ଉନ୍ନତି ହେଲେ ଦେଶର ହେବ ଉନ୍ନତି

ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାର କୃଷି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ କୃଷକ୍‌ମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅବସରରେ...

ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଲା ବାଇକ୍‌, ଦୁଇ ଗୁରୁତର

ପାଟଣା,୨୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥର ମଙ୍ଗଳପୁର ପୋଲ ନିକଟରେ ଶୁକ୍ରବାର ଭୁବନେଶ୍ୱରରୁ ଆସୁଥିବା ପୁଜାରାଣୀ...

ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା

ଭୁବନେଶ୍ୱର,୨୨।୧୧: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍‌...

ଫାଟିଲା ପର୍ଯ୍ୟଟକଙ୍କ କାର୍‌ ଚକା, ୩ ଗୁରୁତରଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ର ନେଲେ ଲକ୍ଷ୍ମୀ ବସ୍‌ କର୍ମଚାରୀ

ପଟାଙ୍ଗି,୨୨ା୧୧(ଶରତ ଧଳ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ଦେଓମାଳି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସି ଏକ କାର୍‌ ଦୁର୍ଘଟଣା ହୋଇ ଅଳ୍ପକେ ପର୍ଯ୍ୟଟକମାନେ ବଞ୍ଚି ଯାଇଥିବାବେଳେ ୩ ପର୍ଯ୍ୟଟକ...

ଗାଁରେ ପଶିଲା ହାତୀ: ଜଣଙ୍କୁ ଦଳି ମାରିଦେଲା

ସମ୍ବଲପୁର,୨୨।୧୧: ସମ୍ବଲପୁର ଜିଲା ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ହାତୀ ଘଉଡ଼ାଇବା ବେଳେ ଏକ ଦନ୍ତା ଜଣେ...

ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଫେରାର

କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri