ଭଦ୍ରକ ଅଫିସ,୭।୮: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୮୫୫କୁ ବୃଦ୍ଧି ପାଇଛି। ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୦ ସ୍ଥାନୀୟ ସଂକ୍ରମଣ ଅଛନ୍ତି। ତେବେ ଜିଲାରେ ମୋଟ ୨୧ ହଜାର ଲୋକଙ୍କ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୮୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨୬ ଚିକିତ୍ସାଧୀନ ଥିବା ବେଳେ ୬୨୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି।