ଚାଇନାରେ ବିବାହ ପାଇଁ ରାଜି ନାହାଁନ୍ତି ଯୁବପିଢି; ଚଳିତବର୍ଷ ୪୦ହଜାର ଯୋଡି ବିବାହ କରିଥିବାବେଳେ ୧ଲକ୍ଷ ୨୭ହଜାର ଦମ୍ପତିଙ୍କ ହୋଇଛି ଛାଡପତ୍ର

ବେଜିଂ,୧୩।୭: ଚାଇନାର ଯୁବପିଢି ବିବାହ ପାଇଁ ରାଜି ନୁହଁନ୍ତି। ତେଣୁ ସେଠାରେ ପଞ୍ଜିକରଣ ହେଉଥିବା ବିବାହ ହାରରେ ରେକର୍ଡ ସଂଖ୍ୟକ ହ୍ରାସ ଘଟିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ଚାଇନାର ଅର୍ଥନୈତିକ ସଙ୍କଟ, ବେରୋଜଗାରୀ, କର୍ପୋରେଟ ଯେକ୍ଷତ୍ରରେ ଛଟେଇ ଯୋଗୁ ଚାଇନାର ଯୁବପିଢି ବିବାହ ପାଇଁ ମୁହଁ ମୋଡୁଛନ୍ତି।

ଗତ ୯ ବର୍ଷ ମଧ୍ୟରେ ଚାଇନାରେ ବିବାହ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇଛି। ଏକ ଦଶନ୍ଧି ମଧ୍ୟରେ ଏହା ଅଧାରୁ ଅଧିକ ଖସି ଆସିଛି। ଗତ ବର୍ଷ ପ୍ରାୟ ୬୮ ଲକ୍ଷ କପୁଲ ବିବାହ ପାଇଁ ପଞ୍ଜିକରଣ କରିଥିଲେ। ୨୦୨୩ରେ ଏବେ ପର୍ଯ୍ୟନ୍ତ ୪୦ହଜାର କପୁଲ ବିବାହ କରିଥିବାବେଳେ ୧ଲକ୍ଷ ୨୭ହଜାରରୁ ଅଧିକ ଦମ୍ପତିଙ୍କର ଛାଡପତ୍ର ହୋଇଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୨୦୧୩ ରେ ଏହି ସଂଖ୍ୟା ୧କୋଟି ୩୫ ଲକ୍ଷ ଥିଲା।

ଅଧ୍ୟୟନରୁ ଜଣାପଡିଛି କି, ଚାଇନାର କଠୋର ଶିକ୍ଷା ବ୍ୟବସ୍ଥାରେ ନିଜ ପିଲାଙ୍କୁ ପାଠ ପଢେଇବାକୁ ଅର୍ଦ୍ଧେକ ପିତା-ମାତା ପସନ୍ଦ କରୁ ନାହାନ୍ତି। ଏଥିସହ ଉଚ୍ଚ ଶିକ୍ଷିତ ମହିଳାମାନେ ମଧ୍ୟ ବିବାହ ପାଇଁ ରାଜି ନୁହନ୍ତି। ଅନ୍ୟପକ୍ଷରେ, ପୁରୁଷଙ୍କ ମତ୍ତରେ ବିବାହ ପୂର୍ବରୁ ଡେଟିଂ କଲେ ବି ନିଜ ପାଇଁ ଘର ଏବଂ କାର କିଣିବା ପାଇଁ ସେମାନଙ୍କୁ ସାମାଜିକ ଚାପ ପଡିଥାଏ ଯେଉଁଥିପାଇଁ ସେମାନେ ବିବାହ ପାଇଁ ଅମଙ୍ଗ ହୁଅନ୍ତି।

Share