ରାଜ୍ୟରେ ବଢ଼ିଲା ମେଡିକାଲ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ଚଳିତବର୍ଷ ମେଡିକାଲ ସିଟ୍‌ ସଂଖ୍ୟା ବଢ଼ିଛି। ୧୩୫୦ରୁ ଏହି ସିଟ୍‌ ସଂଖ୍ୟା ବୃଦ୍ଧି ପାଇ ୧୪୫୦ ହୋଇଛି। ପ୍ରଥମଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟ୍‌ରେ ଛାତ୍ରୀଛାତ୍ର ଆଡମିଶନ କରିବେ। ବୁଧବାରଠାରୁ ଏନେଇ କାଉନସେଲିଂ ଆରମ୍ଭ ହୋଇଛି । ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ପିଲାଙ୍କ ସୁବିଧା ପାଇଁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି ହୋଇଛି। ଅନ୍‌ଲାଇନରେ ଆବେଦନ ସହ ଡକ୍ୟୁମେଣ୍ଟ ଯାଞ୍ଚ ଓ ଫି’ ଦାଖଲ ହେବ। ପ୍ରଥମ ଥର ପାଇଁ ଚଳିତ ବର୍ଷ ପ୍ରୋଭିଜନାଲ ଲିଷ୍ଟ ପ୍ରକାଶ ପାଇବ। ୨୪ ତାରିଖରେ ଏହି ଲିଷ୍ଟ ଆପତ୍ତି ଅଭିଯୋଗ ପାଇଁ ୨୫ ଓ ୨୬ ଦୁଇଦିନ ସମୟ ଦିଆଯାଇଛି। ସେହିପରି ୨୭ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।

Share