ଆମେରିକାରେ ସବୁ ରେକର୍ଡ ଭାଙ୍ଗିଲା କରୋନା

ନ୍ୟୁୟର୍କ,୧।୧: ଯୁକ୍ତରାଷ୍ଟ୍ର ଆମେରିକାରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଦେଶରେ ଗୋଟିଏ ଦିନରେ ୧୧ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଜାନୁୟାରୀ ୩ରେ, ଆମେରିକାରେ ୧୦ ଲକ୍ଷରୁ ଅଧିକ ନୂତନ ରୋଗୀଙ୍କୁ ମିଳିଥିଲା। ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଦେଖିବାକୁ ମିଳିଛି। ଆମେରିକାରେ ମୋଟ କୋଭିଡ -୧୦ ମାମଲା ୬୦ ମିଲିୟନରେ ପହଞ୍ଚିଛି। ଜାନୁୟାରୀ ୨୦୨୦ ଠାରୁ ଦେଶରେ ୮,୩୭,୫୯୪ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। କରୋନା ଦ୍ରୁତ ବୃଦ୍ଧି ପାଉଥିବାରୁ ଆମେରିକାର ଅନେକ ଡାକ୍ତରଖାନା ଅନ୍ୟ ରୋଗୀଙ୍କ ପାଇଁ ଅସ୍ତ୍ରୋପଚାର ବନ୍ଦ କରିଦେଇଛି।

Share