Categories: ଜାତୀୟ

ଦେଶରେ ନୂଆ କୋଭିଡ୍‌ ଷ୍ଟ୍ରେନର ମାମଲା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ,୬।୧: ଦେଶରେ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୨ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ବୁଧବାର ନୂତନ ଷ୍ଟ୍ରେନ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୩ରେ ପହଞ୍ଚିବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୭୩ଟି ମାମଲା ମଧ୍ୟରୁ ୨୮ଟି ଦିଲ୍ଲୀରେ ଚିହ୍ନଟ ହୋଇଥିବା ବେଳେ ୩୦ଟି ପୁଣେ, ୧୧ଟି ବେଙ୍ଗାଲୁରୁ ଏବଂ ଗୋଟିଏ କୋଲକାତାରେ ଚିହ୍ନଟ ହୋଇଛି। ନୂତନ ଷ୍ଟେନ ବଢୁଥିବା ସଂଖ୍ୟା ଦେଶବାସୀଙ୍କ ଚିନ୍ତାର ବିଷୟ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରାତ୍ରି ମଧ୍ୟରେ ବ୍ରିଟେନରୁ ବିଭିନ୍ନ ଭାରତୀୟ ବିମାନବନ୍ଦରରେ ପ୍ରାୟ ୩୩,୦୦୦ ଯାତ୍ରୀ ଅବତରଣ କରିଥିଲେ।

Share