ଚାଇନାରେ ବଢୁଛି ଓମିକ୍ରନ ଭାରିଆଣ୍ଟଙ୍କ ସଂଖ୍ୟା

ବେଜିଂ,୧୯ା୩: ସମଗ୍ର ବିଶ୍ୱରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇଲାଣି। ଦୁଇ ବର୍ଷ ପରେ ଚାଇନା ସବୁଠାରୁ ଖରାପ କରୋନା ପରିସ୍ଥିତିର ମୁକାବିଲା କରୁଛି। ଆଜିକାଲି ଚାଇନାରେ ମିଳୁଥିବା କରୋନା ମାମଲାଗୁଡ଼ିକ ଓମିକ୍ରନ ପ୍ରକାରର। ଶନିବାର ଚାଇନାର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କରୋନା ଯୋଗୁ ଦୁଇ ଆକ୍ରାନ୍ତଙ୍କ ହୋଇଥିବା ସୂଚନା ଦେଇଛନ୍ତି। ଜାନୁୟାରୀ ୨୦୨୧ ପରଠାରୁ ପ୍ରଥମଥର ପାଇଁ ଚାଇନାରେ କରୋନା ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚାଇନାର ଉତ୍ତର-ପୂର୍ବ ଜିଲିନ ରାଜ୍ୟରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ହେବାପରେ ଦେଶରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୪,୬୩୮କୁ ବୃଦ୍ଧି ପାଇଛି।

Share