ଭୁବନେଶ୍ୱର, ୮।୧(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି। ଏଥି ଯୋଗୁ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି। ଦୈନିକ ଯାତ୍ରୀ ସଂଖ୍ୟା ୧୨ ହଜାର ଥିଲା, ଏବେ ୭ରୁ ୮ ହଜାର ଯାତ୍ରୀ ହେଉଛନ୍ତି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ‘ବିମାନବନ୍ଦରକୁ କୌଣସି ଆନ୍ତର୍ଜାତିକ ବିମାନ ଆସୁନାହିଁ ଏବଂ ବିମାନବନ୍ଦରରେ କୋଭିଡ୍ ସତର୍କତା ଅବଲମ୍ବନ କରାଯାଉଛି। ବିଏମ୍ସି ପକ୍ଷରୁ ଆରଟିପିସିଆର ପରୀକ୍ଷା ପାଇଁ ସମସ୍ତ ସୁବିଧା ଦିଆଯାଇଛି। ଯାତ୍ରୀଙ୍କର ୭୨ ଘଣ୍ଟା ମଧ୍ୟରେ ଟେଷ୍ଟ ରିପୋର୍ଟ ଥିଲେ ଆଉ ଟେଷ୍ଟ ହେବନି। ’