ଭୁବନେଶ୍ବର,୨୩ା୯(ବ୍ୟୁରୋ): ପ୍ରଚଳିତ ନିୟମ ବ୍ୟବସ୍ଥାରେ ଓଡ଼ିଶା ସମୀକ୍ଷକ ବର୍ଗର ଅଧିକାରୀମାନଙ୍କୁ ସମବାୟ ସେବା ବର୍ଗରୁ ନିଯୁକ୍ତି ମିଳୁଥିଲା। ଓଡ଼ିଶା ସମବାୟ ସମୀକ୍ଷକ ବର୍ଗକୁ ଓଡ଼ିଶା ସମବାୟ ସେବାବର୍ଗରୁ ପୃଥକୀକରଣ କରି ଏହି ବର୍ଗକୁ ଅନୁଷ୍ଠାନିକ ଭାବେ ସୁସଙ୍ଗଠିତ ଏବଂ ମଜଭୁତ କରାଯାଇଛି। ଏହାଦ୍ୱାରା ସମବାୟର ସମୀକ୍ଷା କାର୍ଯ୍ୟକୁ ସୁସଙ୍ଗଠିତ, ସ୍ବତନ୍ତ୍ର ଓ ତ୍ୱରାନ୍ବିତ କରିବା ସହିତ କାର୍ଯ୍ୟରତ ଅଧିକାରୀମାନଙ୍କ ପଦୋନ୍ନତିରେ ଗତିଶୀଳତା ଆଣି କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବ। ଏହି ପୁନର୍ଗଠନ ପରେ ଓଡ଼ିଶା ସମବାୟ ସମୀକ୍ଷକ ବର୍ଗର ପଦବୀ ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧିପାଇଛି। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ଏକ କ୍ୟାଡର ନିୟମକୁ ମଞ୍ଜୁରୀ ମିଳିଛି।