ବଢ଼ୁଛି ଘରୋଇ ହସ୍ପିଟାଲ ସଂଖ୍ୟା, ହେଉନି ଯାଞ୍ଚ

କଟକ,୧୫।୭(ଶିଳ୍ପା ପ୍ରିୟଦର୍ଶିନୀ): କଟକ ସହରରେ ଏବେ ଘରୋଇ ହସ୍ପିଟାଲ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଘରୋଇ ହସ୍ପିଟାଲରେ ସରକାରଙ୍କ କୌଣସି ନିୟମ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ରୋଗୀଙ୍କ ଚିକିତ୍ସାରେ ବହୁ ବାଧା ସୃଷ୍ଟି ହେବା ସହ ଜୀବନ ସହ ଖେଳୁଛନ୍ତି କର୍ତ୍ତୃପକ୍ଷ। ଯଦି ନିୟମ ପାଳନ କରାଯାଇଥାନ୍ତା ତା’ହେଲେ ଶନିବାର ପୁରୀଘାଟ ନିକଟସ୍ଥ ଘରୋଇ ନର୍ସିଂହୋମ ତ୍ରିଶାରେ ଏପରି ଅଗ୍ନିକାଣ୍ଡ ହୁଏତ ଘଟି ନ ଥାନ୍ତା। ଘରୋଇ ହସ୍ପିଟାଲଗୁଡ଼ିକରେ କେଉଁଠି ପାର୍କିଂ ବ୍ୟବସ୍ଥା ନାହିଁ ତ କେଉଁଠି ଜରୁରୀକାଳୀନ ପ୍ରସ୍ଥାନ, ବିଲ୍‌ଡ଼ିଂ ପ୍ଲାନ୍‌ ଅନୁମୋଦନ ନାହିଁ। ମୁଖ୍ୟତଃ ଅଗ୍ନିନିରାପତ୍ତା ବ୍ୟବସ୍ଥା ଓ ଲାଇସେନ୍ସ ମଧ୍ୟ ନାହିଁ। ଏପରିକି ହସ୍ପିଟାଲ ଚଲାଇବା ପାଇଁ ଡିଏମ୍‌ଇଟି କାର୍ଯ୍ୟାଳୟ କିମ୍ବା ସିଡିିଏମ୍‌ଓ କାର୍ଯ୍ୟାଳୟରୁ ଆବଶ୍ୟକ ଅନୁମୋଦିତ ପତ୍ର ନାହିଁ। ହସ୍ପିଟାଲ ମାଲିକମାନେ କେବଳ ଲୋକଦେଖାଣିଆ ହସ୍ପିଟାଲ କାନ୍ଥରେ ଫାୟାର ଏକ୍ସଷ୍ଟିଂଙ୍ଗ୍ୟୁଶର ଲଗାଇ ବେଧଡ଼କ ଭାବେ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ରୋଗୀଙ୍କ ଜୀବନ ବାଜି ଲାଗୁଛି। କଟକ ସହରର ରାଣୀହାଟ, ମଙ୍ଗଳାବାଗ, କଲେଜଛକ, କାଠଗୋଲା ରୋଡ଼ ଅଞ୍ଚଳରେ ମାଳ ମାଳ ହସ୍ପିଟାଲ ରହିଛି। କିନ୍ତୁ ନିୟମ ଅନୁଯାୟୀ ଏହାର ଯାଞ୍ଚ କରାଯାଉଛି କି ନାହିଁ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, କଟକ ଜିଲାରେ ମୋଟ୍‌ ୩୬୩ଟି ପଞ୍ଜୀକୃତ ଘରୋଇ ହସ୍ପିଟାଲ ରହିଛି। ସେଥିମଧ୍ୟରୁ କଟକ ସହରରେ ୨୭୪ ଓ ଜିଲାରେ ୮୯ଟି ହସ୍ପିଟାଲ ରହିଛି। କିନ୍ତୁ ପଞ୍ଜୀକୃତ ହସ୍ପିଟାଲଠାରୁ ଦୁଇଗୁଣା ଅଧିକ ହସ୍ପିଟାଲ ଥିବା ଜଣାପଡ଼ିଛି। କଟକ ଜିଲାରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରହିଛି ସତ, କିନ୍ତୁ କର୍ମଚାରୀ ଅଭାବରୁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ୩୬୩ଟି ପଞ୍ଜୀକୃତ ହସ୍ପିଟାଲ ପାଇଁ ଅଧିକ କର୍ମଚାରୀ ଆବଶ୍ୟକ ଥିବାବେଳେ ଏବେ ମାତ୍ର ଦୁଇଜଣଙ୍କୁ ନେଇ ସ୍କ୍ବାଡ୍‌ ସୀମିତ ରହିଛି। ଏପରିକି ଗତ ୭ମାସ ମଧ୍ୟରେ ଗୋଟିଏ କ୍ଲିନିକ୍‌ ଉପରେ ଚଢ଼ାଉ ହୋଇଛି। ପରେ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଯୋଗୁ ହାତ ବାନ୍ଧି ବସିଛି ଉକ୍ତ ସ୍କ୍ବାଡ୍‌। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁସାରେ କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଅନୁଯାୟୀ, ବିନା ସେଫ୍ଟି ସାର୍ଟିଫିକେଟ୍‌ରେ ହସ୍ପିଟାଲର ଚାଲି ପାରିବ ନାହିଁ । ସେହିପରି ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଲାଇସେନ୍ସ ଦେବାର କ୍ଷମତା ଜିଲା ପ୍ରଶାସନର ରହିଥିବାବେଳେ ୩୦ରୁ ଅଧିକ ଶଯ୍ୟା ହେଲେ ଏନେଇ ଡିଏମ୍‌ଇଟି ଲାଇସେନ୍ସ ପ୍ରଦାନ କରିଥାନ୍ତି ବୋଲି ସୂନଚା ରହିଛି। ଜିଲାରେ ସ୍କ୍ବାଡ୍‌ ଥାଇ ମଧ୍ୟ କାହିଁକି ଯାଞ୍ଚ କରାଯାଉ ନାହିଁ। ଏପରିକି ଏନ୍‌ଏଚ୍‌ଆରସି ନିର୍ଦ୍ଦେଶକୁ ମଧ୍ୟ ଅଧିକାରୀମାନେ ଫାଙ୍କି ଦେଉଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା କହିଛନ୍ତି, ପଞ୍ଜୀକୃତ ହସ୍ପିଟାଲଗୁଡ଼ିକ ଉପରେ ନଜର ରହିଛି।ସେଭଳି କୌଣସି ଅଭିଯୋଗ ହେଲେ ପଦକ୍ଷେପ ଗ୍ରହଣ କରାଯିବ। ସ୍କ୍ବାଡ୍‌ରେ ଅଧିକ କର୍ମଚାରୀ ଆବଶ୍ୟକ। ଏନେଇ ପୂର୍ବରୁ ସରକାରଙ୍କୁ ଅବଗତ କରାଇଛୁ। କର୍ମଚାରୀ ସଂଖ୍ୟା ବଢ଼ିଲେ ଯାଞ୍ଚ ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri