ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ୁଛି

ନୟାଗଡ଼,୨୬।୬(ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ଫେରିବାଲା ବାଂଲାଦେଶୀ ନା ପଶ୍ଚିମବଙ୍ଗ ବାସିନ୍ଦା ଜାଣିହେଉନାହିଁ। ଅଧିକ ଭଡ଼ା ଦେଉଥିବାରୁ ସ୍ଥାନୀୟ ବାସିନ୍ଦା ଫେରିବାଲାଙ୍କୁ ଘରଭଡା ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସିନ୍ଦୂରିଆରେ ଫେରିବାଲାଙ୍କ ରହଣି ଓ ହରେକମାଲ ବ୍ୟବସାୟ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବ୍ୟବସାୟ କମିବାରେ ଲାଗିଛି। ସ୍ବଳ୍ପ ଲାଭ ରଖି ହରେକମାଲରେ ଶାଢ଼ି, ଲୁଗାଠାରୁ ଆରମ୍ଭକରି ବିଭିନ୍ନ ଉପକରଣ ବିକ୍ରି କରିବା ପରେ ସ୍ଥାନୀୟ ବ୍ୟବସାୟୀ ହାତ ବାନ୍ଧି ବସିଲେଣି। କିଏ ଆସୁଛି, କିଏ ଯାଉଛି ପୋଲିସ ପାଖରେ ଖବର ନାହିଁ। ଯଦି କିଛି ଅସୁବିଧା ହୁଏ ସେତେବେଳେ କିଏ ଦାୟୀ ରହିବ ପ୍ରଶ୍ନ ଉଠିଲାଣି।
ସିନ୍ଦୂରିଆ ପଞ୍ଚାୟତର ବେବର୍ତ୍ତାପଲ୍ଲୀ ରୋଡ୍‌ରେ ୨୫ରୁ ଊର୍ଦ୍ଧ୍ୱ ରହୁଥିବାବେଳେ ସିନ୍ଦୂରିଆର କବର ସ୍ଥାନ, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ନିକଟସ୍ଥ, ପାଟଣାସାହି, ମହାନ୍ତି ସାହି, ବ୍ରାହ୍ମଣ ଓ ବଣିଆ ସାହିରେ ୧୦୦ରୁ ଅଧିକ ଫେରିବାଲାଙ୍କୁ ଦେଖିବାକୁ ମିଳୁଛି। ଏମାନେ ପ୍ରାୟ ୨୦ବର୍ଷ ହେଲା ସିନ୍ଦୂରିଆରେ ରହି ଆସୁଛନ୍ତି। ସିନ୍ଦୂରିଆ ପରେ ବେବର୍ତ୍ତାପଲ୍ଲୀ ରୋଡ୍‌ରେ ଏବେ ଚାହିଦା ବଢ଼ୁଛି। ୨ ବଖରା ଘର ଭଡ଼ା ନେଇ ଗୋଟିକରେ ଗୋଦାମ ଓ ଅନ୍ୟଟିରେ ରହୁଛନ୍ତି। ଗୋଟିଏ ବଖରାରେ ୪ରୁ ୧୦ ଜଣ ଲେଖାଏ ରହୁଛନ୍ତି । ୨ଟି ବଖରାକୁ ୧୦ରୁ ୧୫ ହଜାର ଭଡ଼ା ଦେଉଛନ୍ତି। ସ୍ବଳ୍ପ ଘରକୁ ଅଧିକ ଦାମରେ ଭଡ଼ା ମିଳୁଥିବାରୁ ମାଲିକ ଖୁସ୍‌। ଏହି ଫେରିବାଲା ଜିଲାର ବିଭିନ୍ନ ଗାଁକୁ ଯାଇ ସେମାନଙ୍କ ବ୍ୟବସାୟ ଚଳାଇ ଆସୁଛନ୍ତି। ସ୍ବଳ୍ପ ଦାମରେ ଓ ଘର ପାଖରେ ଉପକରଣ ପାଇ ଗ୍ରାହକ ଖୁସି ହେଉଛନ୍ତି। ସେପଟେ ସ୍ବଳ୍ପ ଦାମରେ ଉପକରଣ ବିକ୍ରି କରି ଫେରିବାଲା ଭଲ ଲାଭ କମାଇ ପାରୁଛନ୍ତି। ଫେରିବାଲା ସାଧାରଣତଃ ବର୍ଷାଋତୁରେ ନିଜ ଅଞ୍ଚଳକୁ ପଳାଇଯାଉଛନ୍ତି। ଅନ୍ୟ ଦିନଗୁଡିକରେ ସିନ୍ଦୂରିଆରେ ରହି ସେମାନଙ୍କ ବ୍ୟବସାୟ ଚଳାଇ ଆସୁଛନ୍ତି।
ଭଡ଼ାରେ ରହି ଉଠାଇ ସାରିଲେଣି ଭୋଟର ତାଲିକାରେ ନାଁ ସିନ୍ଦୂରିଆରେ ଫେରିବାଲାମାନେ ଭଡ଼ାରେ ରହି ସେମାନଙ୍କର ନାଁ ଭୋଟର ତାଲିକାରେ ଉଠାଇ ସାରିଲଣି। ପଞ୍ଚାୟତ ନିର୍ବାଚନରେ ଏମାନେ ଭୋଟ ଦେଉଛନ୍ତି। ପ୍ରଶ୍ନ ଉଠୁଛି ନୟାଗଡ଼ ଜିଲାର ବାସିନ୍ଦା ନ ହୋଇ ସ୍ଥାୟୀ ପ୍ରମାଣପତ୍ର ନ ଥାଇ ସେମାନଙ୍କ ନାଁ ଭୋଟର ତାଲିକାରେ ଉଠିଲା କିପରି। ସେମାନଙ୍କୁ କାହିଁକି ଭୋଟର ତାଲିକାରେ ନାଁ ଉଠାଣ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ପ୍ରଶାସନ, ପୋଲିସ ସେମାନଙ୍କ ପାଇଁ କ’ଣ ପଦକ୍ଷେପ ନେଇଛି। ସେମାନେ କେଉଁଠାର ବାସିନ୍ଦା ବୋଲି ପ୍ରଶାସନ ଜାଣିଛି କି, ଯଦି ଜାଣିଛି ସେମାନେ ଭଡ଼ାଘରେ ରହୁଥିବାବେଳେ ଥାନାଠାରୁ ଅନୁମତି ନେଉଛନ୍ତି କି? ଫେରିବାଲାଙ୍କ ଉପରେ ଅନେକ ପ୍ରଶ୍ନ ଉଠୁଛି। ଏ ପ୍ରସଙ୍ଗରେ ନୟାଗଡ଼ ଜିଲା ଓ ବ୍ଲ୍ଳକ ପ୍ରଶାସନ ଆଖି ବୁଜିଦେଇଛି। ପୋଲିସ ପ୍ରଶାସନ ମଧ୍ୟ ନୀରବତା ଅବଲମ୍ବନ କରୁଛି। ୨୦ ବର୍ଷ ହେଲା ଏଭଳି ସ୍ଥିତି ଲାଗି ରହିଥିବାବେଳେ ଆଗାମୀ ଦିନରେ ଏହା କିଛି ଯେ, ଅସୁବିଧା ନ ଘଟାଇପାରେ କହିହେବ ନାହିଁ। ଏ ନେଇ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା କୁହନ୍ତି, ସିନ୍ଦୁରିଆରେ ରହୁଥିବା ଫେରିବାଲାଙ୍କ ଆଧାର କାର୍ଡ ପୋଲିସ ପାଖରେ ରହିଛି। ଥାନାର ବିନା ଅଗୋଚରରେ ଫେରିବାଲାଙ୍କୁ ନୂଆ କରି ଘରଭଡ଼ା ନ ଦେବାକୁ ଘର ମାଲିକଙ୍କୁ କୁହାଯାଇଛି। ପୋଲିସ ପକ୍ଷରୁ ସେମାନଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କୁହନ୍ତି, ସିନ୍ଦୁରିଆରେ ରହୁଥିବା ଫେରିବାଲାଙ୍କ ଉପରେ ସମୀକ୍ଷା କରାଯାଇ ସେ ପ୍ରସଙ୍ଗରେ କ’ଣ କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image