ରାଜଧାନୀରେ ଥମୁନି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର,୨।୬: ବହୁ ଚେଷ୍ଟା ସତ୍ତ୍ୱେ ରାଜଧାନୀରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ନେଉନାହିଁ। ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରେ ୯୧୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୬୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୪୯ ଆକ୍ରାନ୍ତ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରେ ବର୍ତ୍ତମାନ ସୁଦ୍ଧା ୭୭ ହଜାର ୬୭୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ୩୪୩ ଜଣଙ୍କ ମୃତ୍ୟୁ ଘଟିଥିବା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି ) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଉଛି।

ଭୁବନେଶ୍ବରରେ ବର୍ତ୍ତମାନ ୧୦ ହଜାର ୯୮୮ ସକ୍ରିୟ ମାମଲା ରହିଛି। ୨୪ଘଣ୍ଟା ମଧ୍ୟରେ ୧୧୦୨ଜଣ ସୁସ୍ଥ ହୋଇଛନ୍ତି।

Share