ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଆଶା

ବାରିପଦା ଅଫିସ,୧୭ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା ପ୍ରକଟ କରାଯାଇଛି। ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବାଘ ସଂଖ୍ୟା ହ୍ରାସ ପାଇଥିବା ବେଳେ ଚଳିତ ବର୍ଷ ୫ମ ଚକ୍ର ବାଘ ଗଣନାକୁ ଭିତ୍ତିକରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡେପୁଟି ଡାଇରେକ୍ଟର(ଦକ୍ଷିଣ) ସମ୍ରାଟ ଗୌଡ଼ା ବାଘ ବଂଶ ବୃଦ୍ଧି ଘଟିଥିବା ଆଶାବ୍ୟକ୍ତ କରିଛନ୍ତି।
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଦ୍ୱାରା ୨୦୨୨ ଜୁଲାଇ ୨୯ ଗ୍ଲୋବାଲ ଟାଇଗର ଦିବସରେ ଗଣନାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶ ପାଇବ। ବାଘଙ୍କ ଖାଦ୍ୟ ଶୃଙ୍ଖଳକୁ ନେଇ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତୃଣଭୋଜି ପ୍ରାଣୀଙ୍କ ପାଇଁ ଆବଶ୍ୟକ ଚାରଣଭୂଇଁରେ ଘାସ ଲଗାଇବା, ପିଇବା ପାଣିର ବ୍ୟବସ୍ଥା କରିବା, ଅବାଧ ଶିକାର ରୋକିବା, କୋର୍‌ ଏବଂ ବଫର ଅଞ୍ଚଳରେ ଥିବା ଲୋକଙ୍କୁ ଥଇଥାନ କରାଯାଉଛି।
ଶିମିଳିପାଳରେ କଳା ବାଘ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କୁଲଡ଼ିହା ଜଙ୍ଗଲକୁ ଶିମିଳିପାଳ ବାଘ ଯାଇଥିବା ଅନୁମାନ କରାଯାଇଛି। ସର୍ବଭାରତୀୟ ବ୍ୟାଘ୍ର ଗଣନା କାର୍ଯ୍ୟକ୍ରମ ୨୦୦୬ରୁ ଆରମ୍ଭ ହୋଇଥିବା ବେଳେ ଏହା ପ୍ରତି ୪ବର୍ଷକୁ ଚକ୍ର ହିସାବରେ ନିଆଯାଇ ୨୦୨୨ ଜାନୁୟାରୀରେ ୫ମ ଚକ୍ର ବାଘ ଗଣନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କୁ ଧରି ଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌: ବାଟରେ ଫାଟିଗଲା ଚକ, ଆଉ ତା’ପରେ…

ଗୋପବନ୍ଧୁନଗର,୧୫ା୧୨(ଶାନ୍ତନୁ କୁମାର ମଢୁଆଳ)/ଉଦଳା(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା-ବୈଶଙ୍ଗା ରାସ୍ତାର ଜୟପୁର ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ନିକଟରେ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି...

ମୃତ ଯବାନଙ୍କ ୨୦ଲକ୍ଷ ହଡ଼ପ ପାଇଁ କୋର୍ଟ ରାୟ ଜାଲିଆତି

ଉଦଳା,୧୫ା୧୨(ସନ୍ତୋଷ କୁମାର ବାଛିନୀ): ଜଣେ ମୃତ ଯବାନଙ୍କ ଟଙ୍କା ହଡ଼ପ କରିବାକୁ ସାଙ୍ଘାତିକ କାଣ୍ଡ। କୋର୍ଟଙ୍କ ରାୟ, ବିଚାରପତିଙ୍କ ଦସ୍ତଖତ ଜାଲ୍‌ କରିବା ସହ ସରକାରୀ...

ଫେରିବା ନାଁ ଧରୁନି ଜିନ୍ନତ:୫ ଦିନ ପରେ ମଇଁଷି ବାଛୁରି ମାରି ଖାଇଲା

ବାରିପଦା,୧୪ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ରବିବାର ରାତିରୁ ପଳାଇଯାଇ...

ଅନାସ୍ଥା ପ୍ରସ୍ତାବକୁ ନେଇ ତାତିଲେ ଗ୍ରାମବାସୀ

ମୋରଡା,୧୨।୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପଞ୍ଚାୟତ ଅଧୀନ ଝାଟିଅଡା ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ବେଶ...

ମୟୂରଭଞ୍ଜ ରାଜନୀତି ସରଗରମ: ଗୋଟିଏ ମଞ୍ଚରେ ବବି, ବିଜୟ

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଛଉ ପଡ଼ିଆର ଅନୁଷ୍ଠିତ ମୟୂରଭଞ୍ଜ ମହୋତ୍ସବର ଗୋଟିଏ ମଞ୍ଚରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପୂର୍ବତନ ବିଜେଡି...

ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ବାରିପଦା,୯ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡରେ ପହଞ୍ଚିଛି। ରବିବାରଠାରୁ...

ମୟୂରଭଞ୍ଜକୁ ୩ ରେଳ ପ୍ରକଳ୍ପ ଭେଟି ଦେଲେ ସରକାର

ମୟୂରଭଞ୍ଜ,୭ା୧୨: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ନ୍ୟୁଜାମଶୋଳା ପ୍ରକଳ୍ପ-ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର...

ଜନ୍ମମାଟିରେ ଗାଁ ମହିଳାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଲେ ରାଷ୍ଟ୍ରପତି

ମୟୂରଭଞ୍ଜ,୬ା୧୨: ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri