ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୭ା୬: ମହାମାରୀ କରୋନା ସ୍ଥିତି ଦେଶରେ ଅସମ୍ଭାଳ ହେଲାଣି। ଶୁକ୍ରବାର ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିଥିବା ବେଳେ ୧୫, ୪୮୭ ଜୀବନ ଗଲାଣି। ବିଶ୍ୱର ଚତୁର୍ଥ ସର୍ବାଧିକ ଭୂିତାଣୁ ଆକ୍ରାନ୍ତ ଦେଶ ତାଲିକାରେ ଭାରତ ରହିଥିବା ବେଳେ ଗତ କିଛିଦିନ ହେବ ଉଗ୍ର ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟିହୋଇଛି। ଗୁରୁବାର ସର୍ବାଧିକ ୧୭ ହଜାରରୁ ଅଧିକ ନୂଆ ମାମଲା ଲୋକଲୋଚନକୁ ଆସିବା ପରେ ଶୁକ୍ରବାର ପ୍ରାୟ ୧୨ ହଜାର ନୂଆ ମାମଲା ନଜରକୁ ଆସିଛି। ମହାରାଷ୍ଟ୍ରରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ଟପିଥିବା ବେଳେ ତାମିଲନାଡ଼ୁରେ ଏହା ୭୫ ହଜାର ପାର୍‌କରିଛି। ରାଜଧାନୀ ଦିଲ୍ଲୀରେ ସଂଖ୍ୟା ୭୭ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁରେ ୩, ୬୪୫ ଓ ଦିଲ୍ଲୀରେ ୩,୪୬୦ ନୂଆ ମାମଲା ଦେଖିବାକୁ ମିଳିଛି। ଯଦିଓ ୨.୯୨ ଲକ୍ଷରୁ ଅଧିକ ଆରୋଗ୍ୟଲାଭ କଲେଣି ତଥାପି ୧. ୯୩ ଲକ୍ଷ ଆକ୍ଟିଭ୍‌ ମାମଲା ସହ ଉଗ୍ର ସଂକ୍ରମଣ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି।

Share