ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ ୧୫ଜଣ ସ୍ଥାନୀୟ ଅଞ୍ଚଳର।
ସ୍ଥାନୀୟ ସଂକ୍ରମିତମାନେ ହେଲେ ବରମୁଣ୍ଡା ଅଞ୍ଚଳର ୮ ବର୍ଷର ବାଳକ, ଗଙ୍ଗନଗରର ୩୩ ବର୍ଷୀୟ ବ୍ୟକ୍ତି, ଖାରବେଳ ନଗରର ୬୦ ବର୍ଷୀୟ ବୃଦ୍ଧ, ଏଜି ଛକ ନିକଟ ଏକ ସରକାରୀ ଅଫିସର ୩୮ ବର୍ଷୀୟ କର୍ମଚାରୀ, ୟୁନିନ-୩ର ୫୬ ବର୍ଷୀୟ ବ୍ୟକ୍ତି, ବିଜେବି ନଗରର ୪୦ ବର୍ଷୀୟ ବ୍ୟକ୍ତି । ସେହିପରି ନୟାପଲ୍ଲୀ ନୂଆସାହିର ୬୦ ବର୍ଷୀୟ ବୃଦ୍ଧ, ଟଙ୍କପାଣି ରୋଡର ୫୧ ବର୍ଷୀୟ ବ୍ୟକ୍ତି, ପୋଖରୀପୁଟର ୨୦ ବର୍ଷର ଯୁବକ, ଲକ୍ଷ୍ମୀସାଗରର ୨୪ ବର୍ଷୀୟ ଯୁବକ, ଖଣ୍ଡଗିରିର ୪୬ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ମହିମା ଢାବା ନିକଟରେ ଜଣେ ୩୫ ବର୍ଷୀୟ ଯୁବକ, ଭରତପୁରର ୩୭ ବର୍ଷୀୟ ବ୍ୟକ୍ତି ଓ ଖଣ୍ଡଗିରି ପ୍ଲାଜାର ୬୯ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏବେ ସୁଦ୍ଧା ୧୨୩୧ ଜଣ କରୋନା ପଜିଟିଭ ଚୁିହ୍ନଟ ହୋଇଥିବା ବେଳେ ୫୭୬ଜଣ ସୁସ୍ଥ ହୋଇଛନ୍ତି। ୬୪୨ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

Share