ଝାରସୁଗୁଡ଼ାରେ ୩ ଶହ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଝାରସୁଗୁଡ଼ା ଅଫିସ,୨୯।୭: ଝାରସୁଗୁଡ଼ା ଜିଲାରେ ବୁଧବାର ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୩ ରେ ପହଞ୍ଚିଛି। ସେହିପରି ବୁଧବାର ସୁଦ୍ଧା ଉପରୋକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୫ ଜଣ ସୁସ୍ଥ ହୋଇ ସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୭ ଜଣ ଚିକିତ୍ସିତ ହେଉଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।