Posted inUncategorized

ବିଲୁଆଙ୍କ ସଂଖ୍ୟା ହ୍ରାସ ପାଉଛି

ମହାକାଳପଡ଼ା,୨୭ା୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଜମ୍ବୁ ଦ୍ୱୀପର ସବୁଜ ବନାନୀ ଓ ବିସ୍ତୀର୍ଣ୍ଣ ହେନ୍ତାଳ ବଣ ଓ କିଆ ବୁଦା ମୂଳେ ସଞ୍ଜ ନଇଁଲେ ଶୁଭୁଥିଲା ବିଲୁଆଙ୍କର ହୁକେ ହୋ ରଡ଼ି। ୧୯୬୦-୭୦ଦଶକରେ ଏହି ଜଙ୍ଗଲଗୁଡ଼ିକରେ ହରିଣ, ବାର୍‌ହା, ହେଟାବାଘ, ବିଲୁଆ ଆଦି ପ୍ରାଣୀଙ୍କର ଭୂସ୍ବର୍ଗ ପାଲଟିଥିଲା। କାଳକ୍ରମେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ଓ ଜଙ୍ଗଲ ଗଛ କାଟିବା ଯୋଗୁ ଜଙ୍ଗଲ ଅବକ୍ଷେୟ ହେଲା। ଜଙ୍ଗଲି ଜନ୍ତୁମାନେ ସାମୁଦ୍ରିକ ଝଡ଼, ଖାଦ୍ୟାଭାବ ଯୋଗୁ ବହୁ ପରିମାଣରେ ମୃତ୍ୟୁ ଘଟିଥିଲା। ଫଳରେ ବିଲୁଆମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
୧୯୭୧ ବାତ୍ୟା ପ୍ରଭାବରେ ମହାକାଳପଡ଼ା ଅଞ୍ଚଳର ବିଶେଷକରି ଜମ୍ବୁ ଓ ସୁନିତି ଅଞ୍ଚଳରେ ଜନ ଜୀବନ ପ୍ରଭାବିତ ହୋଇଥିଲା। ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ସହ ବନ୍ୟଜନ୍ତୁ ଓ ଗୃହପାଳିତ ପ୍ରାଣୀ, ପକ୍ଷୀମାନଙ୍କ ଜୀବନ ଯାଇଥିଲା। ସାମୁଦ୍ରିକ ବାତ୍ୟା ପରବର୍ତ୍ତୀ ସମୟରେ କୁଢ଼ କୁଢ଼ ମୃତଦେହ ପଡ଼ି ପଚି ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଥିଲା। ଏହି ମୃତଦେହକୁ ଖାଇବା ପାଇଁ ବିଲୁଆମାନଙ୍କ ଆବଶ୍ୟକତା ପଡ଼ିଥିଲା। ତତ୍‌କାଳୀନ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୁ ପଟ୍ଟନାୟକ ଏହି ବାତ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ପ୍ରାଥମିକତା ଦୃଷ୍ଟିରୁ ଭୋକିଲା ପେଟକୁ ଆହାର ଅନ୍ୟପକ୍ଷେ ମୃତଦେହକୁ ଖାଇବାକୁ ବିଲୁଆଙ୍କ ଆବଶ୍ୟକତା ରହିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ବିପନ୍ନମାନଙ୍କ ପାଇଁ ଖାଦ୍ୟ ଓ ମୃତଦେହ ସଫା କରିବାକୁ ଗଡ଼ଜାତ ଅଞ୍ଚଳରୁ ହଜାରରୁ ଅଧିକ ବିଲୁଆଙ୍କୁ ଟ୍ରକ୍‌ ଯୋଗେ ଆଣି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଛାଡ଼ିବାର ବନ୍ଦୋବସ୍ତ କରିଥିଲେ। ସମୟକ୍ରମେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁଆଙ୍କ ବାସସ୍ଥାନ କିଆବୁଦା ନଷ୍ଟ ହୋଇଗଲାଣି। ବିଲୁଆମାନଙ୍କ ସଂଖ୍ୟା ଆଶାତୀତ ଭାବେ କମିଛି। ଖାଦ୍ୟାଭାବ ଯୋଗୁ ବିଲୁଆମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ଛାଡ଼ି ଏବେ ଗଁା ମୁହଁା ହେଉଛନ୍ତି। କାରଣ ବିଲୁଆମାନଙ୍କ ପ୍ରିୟ ଖାଦ୍ୟ ମାଡୁଆ କଙ୍କଡ଼ା ଆଉ ଆଗ ଭଳି ନଦୀ ନାଳ ଦେଖିବାକୁ ମିଳୁନାହିଁ। ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମହାଳିଙ୍କୁ ପଚାରିବାରେ ଜଳବାୟୁ ପରିବର୍ତ୍ତନ, ବାସସ୍ଥାନ ଓ ଖାଦ୍ୟାଭାବ ଯୋଗୁ ଏମାନଙ୍କ ବଂଶ ବିପଦ ମୁହଁା ହୋଇଛି। ଏମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ପରିମାଣରେ କିଆ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କୁହନ୍ତି, ଆଗଭଳି ଆଉ ଗଁା ଗଣ୍ଡାରେ ସଞ୍ଜ ନଇଁଲେ ହୁକେ ହୋ ରଡି ଶୁଭୁନାହିଁ। ଗଁାର ପୁରୁଖା ଲୋକମାନଙ୍କ କହିବା କଥା, ଅଣ୍ଡିରା ବିଲୁଆ ରାତିର ୪ର୍ଥ ପ୍ରହରରେ ଭୁଲିଲେ ଅଞ୍ଚଳ ପ୍ରତି ବିପଦ ଅଛି ବୋଲି ଆଗୁଆ ସୂଚନା ମିଳେ। ଦିନ ଥିଲା ବିଲ ବାଡ଼ିରେ ଛେଳି, ମେଣ୍ଢା, କୁକୁଡା ବିଲୁଆମାନେ ଶିକାର କରି ଖାଉଥିଲେ। ଏମାନଙ୍କ ସଂଖ୍ୟା ଆଗ ଅପେକ୍ଷା ବହୁ ମାତ୍ରାରେ ହ୍ରାସ ପାଇଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ମୁଖ୍ୟ ଭୂମିକା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଇସ୍ତଫା ଦେଲେ ଖଡ୍‌ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା

ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା...

ଅପାଠୁଆ ସାକ୍ଷର

ସମୟ କ୍ରମେ ସବୁ ଆଜି ବଦଳି ଯାଇଛି, ବଦଳି ଯାଇଛି ଗାଁ ସ୍କୁଲର ଛପରଘର, ବଦଳି ଯାଇଛି ରାସ୍ତାଘାଟ, ବିଲବାଡି ନଈ, ନାଳର ଚେହେରା, ବଦଳି...

ସମ୍ପର୍କର ପରିସୀମା ଏତିକିରୁ ଏତିକି..

ସମସ୍ତଙ୍କୁ ନିଜର କରି ହସଖୁସିରେ ପରିବାର ଚଳାଇବା ସବୁ ଗୃହିଣୀଙ୍କ ଉଦ୍ଦେଶ୍ୟ ହୋଇଥାଏ। ଏଥିପାଇଁ କଥାବାର୍ତ୍ତା ଚାଲିଚଳଣ ଉପରେ ଦୃଷ୍ଟିଦେବାକୁ ହୁଏ। ହେଲେ ଅନେକ ସମୟରେ...

ମହାକାଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଗଲେ, କେମିତି ହୁଏ ମହାକାଶଚାରୀଙ୍କ ଚିକିତ୍ସା: ଜାଣନ୍ତୁ ରୋଚକ କଥା…

ନୂଆଦିଲ୍ଲୀ,୨୫।୧୧: ମହାକାଶଚାରୀମାନେ ମହାକାଶକୁ ଯାଆନ୍ତି। ସେଠାରେ ସେମାନେ ଅନେକ ପ୍ରକାରର ଅନୁସନ୍ଧାନ କରନ୍ତି, କିନ୍ତୁ ଏଥିରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ। ମହାକାଶଚାରୀମାନେ ମହାକାଶକୁ ଗଳେ,...

ଜିନତ୍‌ ଗଲା ଘଞ୍ଚ ଜଙ୍ଗଲ

ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍‌କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’। ‘ଜିନତ୍‌’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍‌...

ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ

ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍‌ଏସ୍‌ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ...

ପଳାଶୁଣୀ ଛକରେ ଛକି ବସିଥିଲା ମୃତ୍ୟୁ: ୫ମାସ ହେଲା ଶିଳାନ୍ୟାସରେ ଅଟକିଛି ଫୁଟ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର,୨୧ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଗଁାରୁ ଆସୁଥିଲେ ବାପା। ଦୁଇଟି ବ୍ୟାଗରେ ଭର୍ତ୍ତିକରି ଆଣିଥିଲେ ବିଭିନ୍ନ ପ୍ରକାର ପରିବା, ଚାଉଳ, ଲୁଗାପଟା ଆଦି...

ଟଙ୍କାରେ ପ୍ରଲୋଭିତ ହେଲେନି ଚାନ୍ଦବାଲିବାସୀ: ସୁଲତା

ଭଦ୍ରକ,୧୬ା୧୧(ସନାତନ ରାଉତ): ରଙ୍ଗ ବଦଳାଇଲେ ଲୋକଙ୍କ ଭଲପାଇବା ନେଇପାରିବେନି କି ସେମାନଙ୍କ ହୃଦୟ ପରିବର୍ତ୍ତନ କରିପାରିବେ ନାହିଁ। ଭଦ୍ରକ ଜିଲା ଧାମରାରେ ବିଜେଡି ପକ୍ଷରୁ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri