
ଭୁବନେଶ୍ୱର,୨୯।୩: ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ୧୧,୫୯୮ ଅସହାୟ, ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗୀରରେ ସର୍ବାଧିକ ୩୭୨୯ ଅସହାୟ ଓ ସ୍ବାମୀ ପରିତ୍ୟକ୍ତା ମହିଳା ଅଛନ୍ତି । ସେମାନଙ୍କ ବିକାଶ ପାଇଁ ଧନ୍ଦାମୂଳକ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସେହିପରି ବିଧାନସଭାରେ ଆଉ ଏକ ସାଙ୍ଘାତିକ ତଥ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ୨୦୨୪-୨୫ ବର୍ଷରେ ୨୮୬୯ ଟି ମାମଲା ପେଣ୍ଡିଂ ରହିଛି ।