ବଉଳା ବଢ଼ିଲା, ମଗର କମିଲା

ଭୁବନେଶ୍ୱର, ୨୫।୨(ବ୍ୟୁରୋ):ରାଜ୍ୟରେ ଚଳିତବର୍ଷ ବଉଳା ଓ ଘଡ଼ିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସାତକୋଶିଆରେ ମଗର ପ୍ରଜାତି କୁମ୍ଭୀର ସଂଖ୍ୟା ହ୍ରାସ ପାଇଛି ବୋଲି ପିସିସିଏଫ୍‌ ଶଶୀ ପଲ୍‌ ସୂଚନା ଦେଇଛନ୍ତି। ବୁଧବାର ପ୍ରକାଶ ପାଇଥିବା କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ ବଉଳା କୁମ୍ଭୀର ସଂଖ୍ୟା ୬୨ ବଢ଼ିଛି। ଭିତରକନିକା ଓ ଭଦ୍ରକ ଜିଲାରେ ଦେଖାଦେଉଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଗତବର୍ଷ ୧୭୬୮ ରହିଥିବାବେଳେ ଏବର୍ଷ ୧୮୩୦ରେ ପହଞ୍ଚତ୍ଛି। ଗତବର୍ଷ ଶିମିଳିପାଳ, ସାତକୋଶିଆ ଓ ଗଞ୍ଜାମ ଘୋଡ଼ାହାଡ଼ରେ ୩୪୭ଟି ମଗର କୁମ୍ଭୀର ଥିବାବେଳେ ଚଳିତବର୍ଷ ୨୫୮ଟି ମଗର ଦେଖାଯାଇଛନ୍ତି। ଶିମିଳିପାଳରେ ସଂଖ୍ୟା ବୃଦ୍ଧି ହୋଇନି। ଗଣନା ସମୟରେ ୮୦ ମଗର ଥିବା ଜଣାପଡ଼ିଛି। ସାତକୋଶିଆରେ ଗତବର୍ଷ ୧୯୫ଟି ମଗର ଥିବାବେଳେ ଏବର୍ଷ ଏହି ସଂଖା ୧୧୩କୁ ହ୍ରାସ ପାଇଛି। ସେହିପରି ଗଞ୍ଜାମ ଘୋଡ଼ାହାଡ଼ରେ ଗତବର୍ଷ ୭୨ଟି ମଗର ଥିଲେ, କିନ୍ତୁ ଏଥର ୬୫ ରହିଛି। ଅନ୍ୟପକ୍ଷରେ ମହାନଦୀରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ଏବର୍ଷ ୧୧କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ନଦୀରେ ୮ଟି ଘଡ଼ିଆଳ କୁମ୍ଭୀର ରହିଥିଲେ ବୋଲି ପିସିସିଏଫ୍‌ କହିଛନ୍ତି।

Share