ଅଷ୍ଟ୍ରେଲିଆ ଉପକୂଳରେ ଲାଗିଥିବା ବସ୍ତୁ ଇସ୍ରୋ ରକେଟ ଭଗ୍ନାବଶେଷ ହୋଇଥାଇପାରେ

ମେଲ୍‌ବୋର୍ନ,୧୯ା୭(ପି.ଟି.): ସମୁଦ୍ରରୁ ଭାସିଆସି ଅଷ୍ଟ୍ରେଲିଆ ଉପକୂଳରେ ଲାଗିଥିବା ଗମ୍ବୁଜ ଆକୃତିର ଏକ ରହସ୍ୟମୟ ବସ୍ତୁ ୨୦ ବର୍ଷ ପୁରୁଣା ଭାରତୀୟ ରକେଟର ଭଗ୍ନାବଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପର୍ଥ ସହରର ୨୫୦ କି.ମି. ଉତ୍ତରରେ ଥିବା ଗ୍ରୀନ୍‌ ହେଡ୍‌ ବେଳାଭୂମିରୁ ଉକ୍ତ ବସ୍ତୁ ମିଳିଛି। ଅଷ୍ଟ୍ରେଲିଆ ମହାକାଶ ସଂସ୍ଥା ଏ ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଜଣାଇଛି। ଉକ୍ତ ମହାକାଶ ବର୍ଜ୍ୟର ମୂଳ ଖୋଜି ବାହାର କରିବାକୁ ଅଷ୍ଟ୍ରେଲିଆ ସ୍ପେସ୍‌ ଏଜେନ୍ସି ଉଦ୍ୟମ ଚଳାଇଛି। ମହାକାଶକୁ ସାଟେଲାଇଟ୍‌ ପ୍ରେରଣ ପାଇଁ ବ୍ୟବହୃତ ବିଦେଶୀ ରକେଟର ଏହା ଅଂଶବିଶେଷ ଏବଂ ବହୁ ବର୍ଷ ସମୁଦ୍ର ମଧ୍ୟରେ ପଡ଼ିରହିଥିଲା ବୋଲି କୁହାଯାଉଛି।

Share