ନୂଆଦିଲ୍ଲୀ: ଭାରତର ବେକାରି ହାର ଅକ୍ଟୋବର ମାସରେ ୬.୯୮%କୁ ବୃଦ୍ଧି ଘଟିଛି। ଏହା ସେପ୍ଟେମ୍ବରରେ ୬.୬୭% ରହିଥିଲା ବୋଲି ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍ଆଇଇ) ପକ୍ଷରୁ ସୋମବାର ଜାରି ଡାଟାରେ ପ୍ରକାଶ ପାଇଛି। କରୋନା ମହାମାରୀ ଦ୍ୱାରା ଦେଶର ପ୍ରାୟ ୮.୨ ନିୟୁତ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ମହାମାରୀ ଦେଶର ଅର୍ଥ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରି ରଖିଛି। ଏହାର ପ୍ରଭାବ ନିଯୁକ୍ତି ଉପରେ ରହିଛି। ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଜାରି ହୋଇଥିବା କଟକଣା ହଟିବାରୁ ଆର୍ଥତ୍କ କାର୍ଯ୍ୟକଳାପ ଧୀରେ ଧୀରେ ଟ୍ରାକ୍କୁ ଫେରୁଥିବା ଏହି ଏଜେନ୍ସି ରିପୋର୍ଟରେ ପ୍ରକାଶ କରିଛି।