ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ ୩ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏଠାରେ ବିଧାୟକ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ମାତ୍ର ଭାଜପା, ଓ ବିଜେଡିରୁ ଟିକେଟ ପାଇଁ ଲବି ଚଳାଇ ନିରାଶ ହୋଇଥିବା ଆଶାୟୀମାନେ ଏବେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି। ସେମାନଙ୍କୁ ମନେଇବା ପାଇଁ ଉଭୟ ଦଳ ଚେଷ୍ଟା ଚଳାଇଛନ୍ତି। ହେଲେ ଏ ଦିଗରେ ଦଳ ସଫଳ ହେବା ଅପେକ୍ଷା ସ୍ଥିତି ଜଟିଳ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ବିଜେଡିର ଅନସୂୟା ପାତ୍ର ଏବଂ ଭାଜପାର ସନାତନ ବିଜୁଳିଙ୍କ ନାମ ଘୋଷଣା ବହୁ ପୂର୍ବରୁ ହୋଇସାରିଛି। ଉଭୟ ନିଜନିଜ ଦଳର ଅସନ୍ତୁଷ୍ଟଙ୍କୁ ମନାଇବାରେ ବ୍ୟସ୍ତଥିବା ଦେଖିବାକୁ ମିଳୁଛି। ବିଜେଡି ପ୍ରାର୍ଥତ୍ନୀ ଅନସୂୟାଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର। ଦକ୍ଷ ସଂଗଠକ ତଥା ପୂର୍ବତନ ରଣଜୀ ଖେଳାଳି ଲଲାଟେନ୍ଦୁ ବେହେରା ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ତାଙ୍କ ନିକଟତମ ଲୋକଙ୍କ ଶୁଣିବାକୁ ମିଳୁଛି। ସେହିପରି ବିକାଶ ଚନ୍ଦ୍ର ସେଠୀ ଗତ କିଛି ମାସ ହେବ ବିଜେଡି ଟିକେଟ ପାଇଁ ଭୁବନେଶ୍ବରରେ ଡେରା ପକାଇ ନିରାଶ ହୋଇଛନ୍ତି। ଟିକେଟ ଘୋଷଣା ପରେ ସେ ଓ ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ଅଛନ୍ତି। ଆଉ ଦଳୀୟ ପ୍ରାର୍ଥୀଙ୍କୁ ପାନେ ଚଖାଇବା ସୁଯୋଗ ଅପେକ୍ଷାରେ ଥିବା ଆଲୋଚନା ହେଉଛି। ଆଉ ଜଣେ ସାମାଜିକ କର୍ମୀ କରମଚାନ୍ଦ କାଳନ୍ଦି ମଧ୍ୟ ବିଜେଡି ଟିକେଟ ଦୌଡ଼ରେ ଆଗରେ ଥିଲେ। ହେଲେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରିନାହିଁ। ତେଣୁୁ ସେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମହିଳା ଆଶାୟୀ ଅଞ୍ଜନା ବେହେରା ଶିକ୍ଷୟିତ୍ରୀ ଚାକିରିରୁ ଇସ୍ତଫା ଦେଇ ସମାଜସେବାରେ ଲାଗିଥିଲେ। ବିଜେଡି ଏଠାରେ ମହିଳା ପ୍ରାର୍ଥୀ ଭାବେ ଅନସୂୟାଙ୍କୁ ଟିକେଟ ଦେବା ପରେ ସେ ମଧ୍ୟ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ ନାମାଙ୍କନ ଭରିବେ ବୋଲି ଆଲୋଚନା ଜୋର ଧରିଛି। ଦଳୀୟ ନେତୃତ୍ୱ ଅସନ୍ତୁଷ୍ଟଙ୍କୁ କୌଣସି ଉପାୟରେ ବୁଝାଶୁୁଝା କରି ନାମାଙ୍କନ ଦାଖଲରୁ ନିବୃତ୍ତ କଲେ ମଧ୍ୟ ସେମାନଙ୍କ ସଂଗଠନ ଭାଜପାକୁ ଭିତିରି ସମର୍ଥନ କରି ଦଳୀୟ ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି।
ଭାଜପାର ମଧ୍ୟ ସମାନ ଅବସ୍ଥା। ଆଶାୟୀ ମାନସ ରଞ୍ଜନ ବେହେରା ଟିକେଟ ନ ପାଇବାରୁ ଏବେ ନବ ନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଦୀର୍ଘବର୍ଷ ଧରି ସେ ରାଜନୀତିରେ ସକ୍ରିୟ ରହିବା ଏବଂ ତାଙ୍କ ସପକ୍ଷରେ ବିଶ୍ବହିନ୍ଦୁ ପରିଷଦର ସମର୍ଥନ ଥିବା ଯୋଗୁ ଦଳୀୟ ପ୍ରାର୍ଥୀଙ୍କ ସେ ପାଇଁ ବାଧକ ସାଜି ପାରନ୍ତି ବୋଲି କୁହାଯାଉଛି। ମୟୂରଭଞ୍ଜ ଜିଲା ପରିଷଦ ୨୪ନଂ. ଜୋନର ବିଜେଡି ସଦସ୍ୟ ଜଗନ୍ନାଥ ମଲ୍ଲିକ ଶଙ୍ଖ ଛାଡି ପଦ୍ମ ଧରିଥିଲେ। ମାତ୍ର ଦଳ ସନାତନ ବିଜୁଳିଙ୍କ ଉପରେ ଆସ୍ଥା ରଖି ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ସେ କେଉଁ କୂଳକୁ ହୋଇ ପାରିନାହାନ୍ତି। ତେଣୁ ଉଭୟ ଦଳର କିଛି ଅସନ୍ତୁଷ୍ଟ ତାଙ୍କୁ ସ୍ବାଧୀନ ଭାବେ ଲଢ଼ିବାକୁ ପ୍ରବର୍ତ୍ତାଉ ଥିବା କୁହାଯାଉଛି। ଉଭୟ ପ୍ରମୁଖ ଦଳର କେତେକ ଅସନ୍ତୁଷ୍ଟ ନେତାଙ୍କୁ ମନେଇବା ସହଜ ହୋଇପାରୁନାହିଁ। ଏଭଳି ସ୍ଥିତିରେ ଉଭୟ ଦଳର ଅସନ୍ତୁଷ୍ଟ କର୍ମକର୍ତ୍ତାଙ୍କ ସମର୍ଥନ କଂଗ୍ରେସ ସପକ୍ଷରେ ଯାଇପାରେ ବୋଲି ଚର୍ଚ୍ଚା ଚାଲିଛି। ତେବେ ସାମାଜିକ କର୍ମୀ କ୍ଷୀରୋଦ ଚନ୍ଦ୍ର ପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ତ୍ରିମୂଖୀ ଲଢ଼େଇ ହେବା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri