ଓଡ଼ିଶାକୁ ମିଳିଲା ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ

ନୂଆଦିଲ୍ଲୀ,୩।୨: ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ମିଳିଛି। କେନ୍ଦ୍ରୀୟ ବଜେଟରେ ମିଳିଥିବା ଏହି ଅନୁଦାନ ସମ୍ପର୍କରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯,୭୩୪ କୋଟି ଟଙ୍କାର ରେଳ ଅନୁଦାନ ମିଳିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୮,୪୦୦ କୋଟି ଟଙ୍କା ମାଗିଥିଲେ। ହେଲେ କେନ୍ଦ୍ର ସରକାର ଓଡ଼ିଶା ମାଗିଥିବା ପରିମାଣଠାରୁ ୧,୬୧୨ କୋଟି ଟଙ୍କା ଅଧିକ ଅନୁଦାନ ଦେଇଛନ୍ତି।

ରାଜ୍ୟରେ ୨୮୦କିମି ନୂଆ ରେଳଲାଇନ ନିର୍ମାଣ ଓ ୫୭ଟି ଷ୍ଟେଶନର ନବୀକରଣ ଲାଗି ବ୍ୟୟବରାଦ କରାଯାଇଛି। ରାଜ୍ୟରେ ନୂଆ ରେଳଲାଇନ ପ୍ରକଳ୍ପ ଲାଗି ଚଳିତ ବର୍ଷ ୨,୫୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ରେଳମାର୍ଗ ଦୋହରିକରଣ ପାଇଁ ୩,୮୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରୋଡ ରେଳମାର୍ଗ ନିର୍ମାଣ ଶେଷ ପାଇଁ ୧,୬୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ରାଉରକେଲା-ଝାରସୁଗୁଡ଼ା ପର୍ଯ୍ୟନ୍ତ ୧୦୧ କିମି ତୃତୀୟ ଲାଇନ ନିର୍ମାଣ ପାଇଁ ୧୨୬ କୋଟି ଟଙ୍କା, ବଣ୍ଡମୁଣ୍ଡା-ରାଉରକେଲା ୪ର୍ଥ ଲାଇନ ର୍ନିମାଣ ପାଇଁ ୩୯କୋଟି, ଭଦ୍ରକ-ଖଡଗପୁର ପାଇଁ ୩୭କୋଟି, ନାରାୟଣଗଡ଼-ଭଦ୍ରକ ୧୫୫ କିମି ତୃତୀୟ ଲାଇନ ପାଇଁ ୫୦୫କୋଟି ଟଙ୍କା ବ୍ୟୟବରାଦ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

RSS ପ୍ରତିଷ୍ଠାତା ହେଡ୍‌ଗଓ୍ବୋରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ମୋହନ ଭାଗବତଙ୍କୁ ଭେଟିଲେ

ନାଗପୁର,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନାଗପୁର ଗସ୍ତରେ ଅଛନ୍ତି। ସେ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପହଞ୍ଚିବା ପରେ ସ୍ମୃତି ମନ୍ଦିରରେ ସଂଘର ପ୍ରତିଷ୍ଠାତା ଡକ୍ଟର କେ...

ମାଗଣାରେ କେମିତି କରିବେ Ghibli style AI portraits, ଚୁଟକିରେ କରିଦେବ Grok

ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଚାଟଜିପର ଅବସ୍ଥା ଆହୁରି ଖରାପ କରିବାକୁ ଅଣ୍ଟା ଭିଡିଲେଣି। ସମ୍ପ୍ରତି, ମସ୍କ ପ୍ଲାଟଫର୍ମରେ ଲୋକପ୍ରିୟ ଆନିମେସନ ଷ୍ଟୁଡିଓ...

Ghibli ଚୋରାଉଛି କି ଆପଣଙ୍କ ଚେହେରା? ଅରବ ଡଲାରରେ ବିକ୍ରି ହେଉଛି…

ନୂଆଦିଲ୍ଲୀ,୩୦।୩: ଆଜିକାଲି, ସୋସିଆଲ ମିଡିଆ OpenAIର ChatGPT 4.o ବ୍ୟବହାର କରି ସୃଷ୍ଟି ହୋଇଥିବା ଘିବଲି ଫୋଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଫେସବୁକ,...

Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ...

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ...

ରାସ୍ତାରେ ପ୍ଲାକାର୍ଡ ଧରି ସ୍ବାମୀଙ୍କ ପ୍ରତିବାଦ: ସ୍ତ୍ରୀ, ବୟଫ୍ରେଣ୍ଡଙ୍କଠାରୁ ଜୀବନ ପ୍ରତି ବିପଦ ରହିଛି…

ଗ୍ବାଲିୟର, ୩୦।୩: ମଧ୍ୟପ୍ରଦେଶ ଗ୍ଲାଲିୟର ଜିଲାର ଅମିତ କୁମାର ସେନ୍‌ଙ୍କୁ ହତ୍ୟା ଭୟ ଘାରିଛି। ତାଙ୍କ ସ୍ତ୍ରୀଙ୍କର ୪ ଜଣ ବୟଫ୍ରେଣ୍ଡ ଅଛନ୍ତି। ରାହୁଲ ବାଥମ...

ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ...

ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା):ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image