Categories: ରାଜ୍ୟ

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିବେ ଓଡ଼ିଶା ସରକାର

ନୂଆଦିଲ୍ଲୀ,୧।୧: ରାଜ୍ୟ ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଷୋଡଶତମ ଅର୍ଥ ଆୟୋଗ ଗଠନ ନେଇ ବିଜ୍ଞପ୍ତି ଜାରି ହେବା ପରେ ରାଜ୍ୟ ସରକାର ରାଜ୍ୟ ଅର୍ଥ ଆୟୋଗ ଗଠନ କରିବା ଲାଗି ନିଷ୍ପତ୍ତି ନେଉଛନ୍ତି । ସୂଚନାଯୋଗ୍ୟ, ୨୦୦୦ରୁ ୨୦୦୫ ମଧ୍ୟରେ ରାଜ୍ୟର ପ୍ରଥମ ଅର୍ଥ ଆୟୋଗ ଗଠନ କରାଯାଇଥିଲା ।

ରାଜ୍ୟର ପ୍ରଥମ ଅର୍ଥ ଆୟୋଗ ରିପୋର୍ଟ ୧୯୯୮ ମସିହା ଡିସେମ୍ବର ୧୨ ତାରିଖରେ ଦାଖଲ କରିଥିଲେ । ସେହିଭଳି ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ୨୦୧୯ ମସିହା ଅଗଷ୍ଟ ୨ ତାରିଖରେ ରିପୋର୍ଟ ସରକାରଙ୍କୁ ଦେଇଥିଲେ । ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ସରକାର ଷୋଡଶ ଅର୍ଥ ଆୟୋଗ ଗଠନ କରିଛନ୍ତି । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗାରିଆଙ୍କ ଅଧ୍ୟକ୍ଷତାରେ ଏହି ଆୟୋଗ ଗଠିତ ହୋଇଛି ।

Share