ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌ ପାରିତ ହୋଇଛି। ବିରୋଧୀଙ୍କ ହୋହଲ୍ଲା ଭିତରେ ବିଲ୍‌ ପାରିତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ସହ ସମଗ୍ର ଦେଶରେ ନିଯୁକ୍ତି ବ୍ୟବସ୍ଥା ଥିଲା। ଏଣିକି ଲୋକାୟୁକ୍ତ ସଦସ୍ୟଙ୍କୁ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ। ସଂଶୋଧିତ ବିଲ୍‌ ଅନୁସାରେ ସେମାନେ ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇପାରିବେ। ତେବେ ଏହାକୁ ନେଇ ବିରୋଧୀ ସଦସ୍ୟମାନେ ଜୋରଦାର ପ୍ରତିବାଦ କରିଥିବା ଦେଖାଯାଇଛି।

Share