Advertisement

‘ଗୁଣ୍ଡିଚା ମନ୍ଦିର ଜନ୍ମବେଦି ନିଲାମ ପରିସରଭୁକ୍ତ ନ ହେଉ’

ପୁରୀ,୪ା୪(ଅଜିତ୍‌ କୁମାର ମହାନ୍ତି)-ବହୁଦିନ ଧରି ନିଲାମ ହେଉ ନ ଥିବା ରୋହିଣୀକୁଣ୍ଡ, ନରେନ୍ଦ୍ର ପୁଷ୍କରିଣୀ, କୋଇଲିବୈକୁଣ୍ଠକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ ଦେଲାଣି। ହୁଏତ ଗୁଣ୍ଡିଚା ମନ୍ଦିର ନିଲାମ ହେବ। ତେବେ ଗୁଣ୍ଡିଚା ମନ୍ଦିର ଜନ୍ମବେଦିକୁ ନିଲାମ ପରିସରଭୁକ୍ତ ନ କରିବା ପାଇଁ ଓଡ଼ିଶା ଯୁବ ଚେତନା ସଂଗଠନ ଦାବି କରିଛି। ସଙ୍ଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର କହିଛନ୍ତି, ଗୁଣ୍ଡିଚା ମନ୍ଦିର ଜନ୍ମବେଦି ତଳେ ଲକ୍ଷେ ଶାଳଗ୍ରାମ ରହିଛି। ନିଲାମ ପରେ ଏହି ବେଦି ଉପରେ ସେବକ ବେଶରେ ଅବ୍ରାହ୍ମଣ ଓ ଅଣସେବାୟତ ବସି ଭକ୍ତଙ୍କୁ ପ୍ରଭାବିତ କରନ୍ତି। ଏଣୁ ଧର୍ମ ସଂସ୍କୃତି ତଥା ଶ୍ରୀଜଗନ୍ନାଥ ଚେତନାର ସୁରକ୍ଷା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ଦିଗରେ ବିଚାର କରିବା ଆବଶ୍ୟକ ବୋଲି ମିଶ୍ର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share