ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ

ସାକ୍ଷୀଗୋପାଳ,୨୧ା୪ (ସ୍ବ.ପ୍ର./ଡି.ଏନ୍‌.ଏ.): ଜମ୍ମୁ କଶ୍ମୀରର ପୁଞ୍ଚର ମେନ୍ଧାର ଅଞ୍ଚଳରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ସେ ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳ। ଏହି ଖବର ପାଇବା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୨୦୨୧ ମସିହାରେ ଦେବାଶିଷ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିଲେ। ସ୍ଥାନୀୟ ବିଷ୍ଣୁପୁର ପଞ୍ଚାୟତର ବନ୍ତୁ ଗ୍ରାମର ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ। ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ଗତ ଜାନୁୟାରୀରେ ଦେବାଶିଷ ଗଁାକୁ ଆସିଥିଲେ। ପରିବାରରେ ସ୍ତ୍ରୀ ପିଲାଙ୍କ ସହ ବାପା ପ୍ରତାପ ବିଶ୍ୱାଳ, ମା’ ମମତା ବିଶ୍ୱାଳ, ସାନ ଭାଇ, ଜେଜେବାପା ଓ ଜେଜେମା ରହିଛନ୍ତି।

Share