ଆଜିଠାରୁ ୫୦%ରେ ଚାଲିବ ଅଫିସ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମହାମାରୀର ପ୍ରକୋପ ପୁଣି ବୃଦ୍ଧି ପାଇଛି। କୋଭିଡ୍‌ର ନୂଆ ଭାରିିଆଣ୍ଟ ଓମିକ୍ରନ୍‌ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ କଟକଣାକୁ କଡ଼ାକଡ଼ି କରିଛନ୍ତି। ଶୁକ୍ରବାରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅଧସ୍ତନ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏ ନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଣ୍ଡର ସେକ୍ରେଟାରିଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀମାନେ ପ୍ରତ୍ୟେକ ଦିନ କାର୍ଯ୍ୟାଳୟକୁ ଆସିବେ। ମାତ୍ର କର୍ମଚାରୀମାନେ ରୋଟେଶନ ପଦ୍ଧତିରେ କାର୍ଯ୍ୟରେ ଯୋଗଦେବେ। ଯେଉଁ କର୍ମଚାରୀମାନେ ଘରେ ରହିବେ ସେମାନେ ଅନ୍‌ଲାଇନ ଜରିଆରେ ବକେୟା କାର୍ଯ୍ୟ ସମ୍ପାଦନ କରିବେ। ସେମାନେ ଫୋନ୍‌ରେ ଉପଲବ୍ଧ ରହିବା ସହ ମୁଖ୍ୟାଳୟ ଛାଡ଼ି ବାହାରକୁ ଯାଇପାରିବେ ନାହିଁ। ଜରୁରୀ କାର୍ଯ୍ୟରେ ଡକରା ହେଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବେ। କାର୍ଯ୍ୟାଳୟଗୁଡ଼ିକରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମାତ୍ର ନିଯୁକ୍ତି କାର୍ଯ୍ୟରେ ନିୟୋଜିତ ଥିବା କାର୍ଯ୍ୟାଳୟ ଯଥା ଓଡ଼ିଶା ପବ୍ଲିକ ସର୍ଭିସ କମିଶନ, ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ, ଓଡ଼ିଶା ସବ୍‌ଅର୍ଡିନେଟ ଷ୍ଟାଫ୍‌ ସିଲେକ୍ସନ କମିଶନରେ ୭୫ ପ୍ରତିଶତ କର୍ମଚାରୀରେ ଅଫିସ କାର୍ଯ୍ୟ ଚାଲିବ। ତେବେ ଜରୁରିକାଳୀନ ସେବା ଯୋଗାଉଥିବା କାର୍ଯ୍ୟାଳୟ ଏସ୍‌ଆରସି, ଓସ୍‌ଡମା, ଅଗ୍ନିଶମ, ସ୍ବାସ୍ଥ୍ୟ, ମ୍ୟୁନିସିପାଲିଟି, ରାଜ୍ୟ ନିର୍ବାଚନ କମିଶନ ଇତ୍ୟାଦିକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି। ସେହିସବୁ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଘନ କୁହୁଡ଼ି ନେଇ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୧: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍‌ କିମ୍ବା ଏହାଠାରୁ କମ୍‌...

ପିକ୍‌ନିକ୍‌ କରିବାକୁ ଯାଇଥିଲେ: ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ବୋରିଗୁମ୍ମା,୨ା୧(ବିଜୟ ସାହୁ)- ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ବିସିଂପୁର ଥାନା ଅଧୀନ ନକୁଳଗୁଡ଼ା ଗ୍ରାମରେ ନୂତନ ବର୍ଷରେ ପିକ୍‌ନିକ୍‌ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗମାନେ...

ଜନ୍ମ ପ୍ରମାଣ ପତ୍ର କରିବାକୁ ଲାଞ୍ଚ ନେଉଥିଲେ ସୁପର ଭାଇଜର, ଧରିଲା ଭିଜିଲାନ୍ସ

ଥୁଆମୂଳ ରାମପୁର,୨ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ...

ଆମ କାର୍ଯ୍ୟଶୈଳୀ ବିରୋଧୀଙ୍କୁ ତୃଣମୂଳ ସ୍ତରକୁ ଯିବାକୁ ବାଧ୍ୟ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧: ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ”ଦିନେ ଯେଉଁମାନେ ସାଧାରଣ ଲୋକଙ୍କୁ...

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି, ଦୁଇଗୁଣା ହେଲା ପେନ୍‌ସନ

ଭୁବନେଶ୍ୱର,୨।୧: ଭାରତର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ପ୍ରମୁଖ ଭୂମିକାକୁ ସ୍ୱୀକୃତି ଦେଇ ଓଡ଼ିଶା ସରକାର ଗୁରୁବାର ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପେନ୍‌ସନ୍‌ରେ ଯଥେଷ୍ଟ ବୃଦ୍ଧି ଘୋଷଣା...

ପରକୀୟାପ୍ରୀତି: ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା

କେନ୍ଦୁଝର,୨।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପରକୀୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ତୀରମାଡ଼ କରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।...

ଗଣତନ୍ତ୍ର ଦିବସ ୨୦୨୫ ପରେଡରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କେଉଁଠି ରହିଲା ଭୁଲ୍

ଭୁବନେଶ୍ୱର,୨।୧: ଗଣତନ୍ତ୍ର ଦିବସ ପରେଡରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ଦେଖିବା ପାଇଁ ଆଶା ରଖିଥିବା ଓଡିଶାବାସୀଙ୍କୁ ନିରାଶ ହେବାକୁ ପଡିବ। କାରଣ ରାଜ୍ୟ ସରକାର ପଠାଇଥିବା...

ଖସିଲା ପାରଦ: ବଢ଼ିଲା ଶୀତ, କାଲୁଆ ମାରିଯାଉଛି ଦେହହାତ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): ପୁଣି ବାହୁଡ଼ିଲା ଶୀତ। ଲଘୁଚାପ ଜନିତ ବର୍ଷା କିଛିଦିନ ଲାଗିରହିଥିଲା। ଫଳରେ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri