ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁଟ୍ୟୁବ୍‌ ଚ୍ୟାନେଲ ଶୁଭାରମ୍ଭ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁଟ୍ୟୁବ୍‌ ଚ୍ୟାନେଲ ରବିବାର ଶୁଭାରମ୍ଭ ହୋଇଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି।
ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି ୟୁଟ୍ୟୁବ୍‌ ଚ୍ୟାନେଲର ଲୋକାର୍ପଣ କରିଛନ୍ତି। ବାସୁଦେବ ମାଳବିଶୋଇଙ୍କର ନିଜ ରଚନା, ସଙ୍ଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନତା ଗୀତରୁ ଏହି ୟୁଟ୍ୟୁବ୍‌ର ଶୁଭାରମ୍ଭ କରାଯାଇଥିଲା। ସରକାରଙ୍କ ଅନୁମୋଦନ କ୍ରମେ ଓଡ଼ିଶା ଡଟ୍‌ କମ୍‌ର ସହାୟତାରେ ଏହି ଚ୍ୟାନେଲ ଆରମ୍ଭ ହୋଇଛି।

Share