Categories: ମେଟ୍ରୋ

ଚାକିରିରେ ଯୋଗ ଦେବା ପୂର୍ବରୁ ଜୀବନ ହାରିଲେ ଓଏଫ୍‌ଏସ୍‌ ଅଧିକାରୀ

ଭୁବନେଶ୍ୱର,୨୯ା୬(ବ୍ୟୁରୋ) : ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଓଏଫ୍‌ଏସ୍‌ ଅଧିକାରୀ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳର ଓଏଫ୍‌ଏସ୍‌ ଅଫିସର ଅଭିଳାଷ ସ୍ବରୂପ ମହାପାତ୍ର କ’ଣ ପାଇଁ ଆତ୍ମହତ୍ୟା କଲେ ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳର ଅଭିଳାଷ ସ୍ବୂରପ ମହାପାତ୍ର ନୂତନ ଭାବେ ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ରେ ନିଯୁକ୍ତି ପାଇଥିଲେ। ସୋମବାର ଓଏଫ୍‌ଏସ୍‌ ଅଫିସର ଭାବେ ଚାକିରିରେ ଯୋଗଦେଇଥାନ୍ତେ। ମାତ୍ର ରବିବାର ରାତିରେ ସେ ଆତ୍ମହତ୍ୟା କରିଥିଲେ।  ଓଢ଼ଣୀ ସାହାଯ୍ୟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ସେ ତାଙ୍କ ସ୍ତ୍ରୀଙ୍କ ସହ ଖଣ୍ଡିଗିରିରେ ରହୁଥିଲେ। ଖଣ୍ଡଗିରି ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share