ଓଜେଇଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ବର୍ତ୍ତମାନ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଏ ନେଇ ସୋମବାର ଓଜେଇଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ ଜୁଲାଇ ପ୍ରଥମ ସପ୍ତାହରେ କରୋନା ସ୍ଥିତିକୁ ଦେଖି ପରୀକ୍ଷା କେବେ କରାଯିବ ସେ ନେଇ ଜଣାଇ ଦିଆଯିବ ବୋଲି ବିଜ୍ଞାପ୍ତିରେ କୁହାଯାଇଛି।

ଅନ୍ୟପକ୍ଷେ ଓଜେଇଇ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନର ସମୟ ପୁଣି ବଢ଼ାଇ ଦିଆଯାଇଛି। ଫଳରେ ଯେଉଁ ଛାତ୍ରୀଛାତ୍ରମାନେ ପରୀକ୍ଷାରେ ସାମିଲ ହେବା ପାଇଁ ଏ ପର୍ଯ୍ୟନ୍ତ ଆବେଦନ କରି ନ ଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି। ଛାତ୍ରୀଛାତ୍ରମାନେ ଜୁଲାଇ ୧୨ ସୁଦ୍ଧା ଆବେଦନ କରିପାରିବେ। ଜୁଲାଇ ୧୪ ମଧ୍ୟରେ ଫି’ ଦେୟ କରିବାର ଶେଷ ତାରିଖ ରହିଛି।

Share