Advertisement

ଆଜି ଯାଏ ମିଳିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ): ସରକାରଙ୍କ ମାଳମାଳ ଯୋଜନା ସେଥିମଧ୍ୟରୁ କିଛି ପ୍ରକୃତ ହିତାଧିକାରୀ ବାଦ୍‌ ପଡ଼ିଯାଉଛନ୍ତି। ସରକାରୀ ଯୋଜନା ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲା ପରେ ଯୋଜନାକୁ ନ ଚାହିଁ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି।

ଏଭଳି ଘଟଣା ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ପର୍ତ୍ତମାହା ପଞ୍ଚାୟତ ସାଲେଜୁ ଗ୍ରାମର ଷ୍ଟେପାନ ନାୟକ ଓ ତାଙ୍କ ସ୍ତ୍ରୀ ଆଦିଲିନାଙ୍କ କ୍ଷେତ୍ରରେ। ସେମାନଙ୍କ ବୟସ ପାଖାପାଖି ୭୦ ଛୁଇଁଲାଣି ହେଲେ ସରକାରୀ ସାହାଯ୍ୟ କହିଲେ ସେମାନଙ୍କୁ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା। ହେଲେ ମୁଣ୍ଡ ଗୁଞ୍ଜିବାକୁ ସେମାନଙ୍କୁ ଭଲ ପକ୍କା ଘରଟିଏ ମିଳିନି ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି। ଗୋଟିଏ ଛୋଟିଆ ବଖରାରେ ଶୋଇବା, ଖାଇବା ବସା ଉଠା କରିବା ସହ ନିଜ ଚଳଣି ସାମଗ୍ରୀ ରଖିବାକୁ ପଡୁଛି ଆଉ ନିଜ ପିଣ୍ଡା ତାଙ୍କର ଦିନରାତି ସମୟ କାଟିବା ପାଇଁ ଏକ ମାତ୍ର ସ୍ଥାନ। ୩ଟି ପୁଅ ଅଛନ୍ତି ସତ କିନ୍ତୁ ସମସ୍ତେ ଅଲଗା ରୁହନ୍ତି ଗୋଟିଏ ପୁଅ ରାଜ୍ୟ ବାହାରେ କାମ କରୁଥିବା ବେଳେ ଅନ୍ୟମାନେ ଗାଁରେ ଅଲଗା ରହୁଛନ୍ତି ପୁଅ ବୋହୁ କେବଳ ଖାଇବାକୁ ଦେଉଛନ୍ତି ସତ କିନ୍ତୁ ବୃଦ୍ଧ ଦମ୍ପତିିଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ କରିବା କୌଣସି ପୁଅର ଆର୍ଥିକ ଅବସ୍ଥା ଭଲ ନାହିଁ ସେମାନେ ମଧ୍ୟ ସେହିଭଳି ଭଙ୍ଗା ଦଦରା ଘରେ ରହୁଛନ୍ତି କେବଳ ସେମାନେ କାହିଁକି ଉକ୍ତ ଗାଁର ପ୍ରାୟ ଷାଠିଏରୁ ଊର୍ଦ୍ଧ୍ୱ ପରିବାର ଭଙ୍ଗା ଦଦରା ଘର ହିଁ ଭରସା ବୋଲି କୁହନ୍ତି ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି ବୃଦ୍ଧ ଦମ୍ପତିଙ୍କୁ ଘର ଖଣ୍ଡିଏ ଯୋଗାଇଦେଲେ ଶେଷ ସମୟ ଟିକକ ଖୁସିରେ କଟିବ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share