ଟ୍ରେନ୍‌ରେ ବୃଦ୍ଧଙ୍କ ମୃତ୍ୟୁ, ଓହ୍ଲାଇଦେଲେ ସହଯାତ୍ରୀ

ଭୁବନେଶ୍ୱର,୧୯ା୫(ବ୍ୟୁରୋ):ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ନିକଟରେ ଯାଉଥିବା ଏକ ଚଳନ୍ତା ଟ୍ରେନରେ ଜଣେ ବୃଦ୍ଧ ଯାତ୍ରୀଙ୍କ ହଠାତ ମୃତ୍ୟୁ ଘଟିଥିଲା। ତାଙ୍କ ସହ ଯାତ୍ରା କରୁଥିବା ବୃଦ୍ଧା ସ୍ତ୍ରୀ ଜଣକ ସହଯାତ୍ରୀଙ୍କୁ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଓଲଟା କୋଭିଡ୍‌ ସନ୍ଦେହକରି ମୃତଦେହ ସହ ଓହ୍ଲାଇଯିବାକୁ ମହିଳାଙ୍କୁ କହି ହୋହଲ୍ଲା କରିଥିଲେ। ଟ୍ରେନ୍‌ଟି ଖୋର୍ଦ୍ଧାରୋଡ୍‌ ଷ୍ଟେଶନରେ ଅଟକିବା ପରେ ଯାତ୍ରୀମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ। ରେଳ କର୍ତ୍ତୃପକ୍ଷ ଶେଷରେ ମୃତଦେହକୁ ଟ୍ରେନ୍‌ ବାହାରକୁ ଆଣିଥିଲେ। ଏହି ଦୁଃସମୟରେ ସହଯୋଗର ହାତ ବଢାଇଥିଲେ ପୋଲିସ ଆଇଜି (ଅପରେଶନ) ଅମିତାଭ ଠାକୁର। ଜଟଣୀ ହସ୍ପିଟାଲରେ ମୃତଦେହକୁ ବ୍ୟବଚ୍ଛେଦ କରିବା ସହ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ।
ମୃତ ଯାତ୍ରୀ ଜଣକ ହେଲେ ବିହାର ଜମାଲପୁରର ଅରୁଣ ମୁଖାର୍ଜୀ(୭୨)। ତାଙ୍କର ବିହାର ମୁଙ୍ଗେରରେ ଏକ କମ୍ପାନୀ ରହିଛି। ସେ ତାଙ୍କ ସ୍ତ୍ରୀ ଉତ୍ତରା ମୁଖାର୍ଜୀଙ୍କ ସହ ଯଶବନ୍ତପୁର-ଭାଗଲପୁର ଟ୍ରେନର ସଂରକ୍ଷିତ ବଗିରେ ବାଙ୍ଗାଲୋରରେ ରହୁଥିବା ପୁଅ ନିକଟରୁ ନିଜ ଘର ଜମାଲପୁରକୁ ଫେରୁଥିଲେ। ହେଲେ ବାଟରେ ତାଙ୍କର ସ୍ବାସ୍ଥ୍ୟ ବିଗିଡିଯାଇଥିଲା। ଏ ସମ୍ପର୍କରେ ସ୍ତ୍ରୀ ଉତ୍ତରା କହିଛନ୍ତି, ସ୍ବାମୀଙ୍କ ଅବସ୍ଥା ଦେଖି ମୁଁ ଟ୍ରେନରେ କାନ୍ଦିବା ସହ ସାହାଯ୍ୟ ପାଇଁ ନିବେଦନ କରୁଥିଲି। ମୋର ଗଭୀର ଆର୍ଥ୍ରାଇଟିସ୍‌ ଥିବାରୁ ଚାଲିପାରୁ ନ ଥିଲି। କିନ୍ତୁ ସମସ୍ତ ସହଯାତ୍ରୀ ଆମଠାରୁ ଦୂରରେ ରହିଥିଲେ। ଆମକୁ ଅଲଗା କମ୍ପାର୍ଟମେଣ୍ଟକୁ ନେବାକୁ ରେଳ କର୍ମଚାରୀଙ୍କୁ କହି ପାଟି କରିଥିଲେ। ମୁଁ କୋଲକାତାର ମୋର ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲି। ସେ ଖୋର୍ଦ୍ଧାଠାରୁ ମାତ୍ର ୩ ଘଣ୍ଟା ଦୂର ଖଡଗପୁର ପର୍ଯ୍ୟନ୍ତ ଯାତ୍ରା କରାଇବାକୁ ରେଳ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସ୍ବାମୀଙ୍କ ମୃତ୍ୟୁ ଘଟିବାରୁ ଯାତ୍ରୀମାନେ ହୋହଲ୍ଲା କରିଥିଲେ। ଯାତ୍ରୀଙ୍କ ଜିଦ୍‌ ଯୋଗୁ ରେଳ କର୍ତ୍ତୃପକ୍ଷ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ଓହ୍ଲାଇ ଦେଇଥିଲେ ବୋଲି ଉତ୍ତରା କହିଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀ ଉତ୍ତରା ସ୍ବାମୀଙ୍କ ମୃତଦେହକୁ ଧରି ଷ୍ଟେଶନରେ ଜଗି ରହିଥିଲେ। ପାଖକୁ ମଧ୍ୟ କେହି ଆସି ନ ଥିଲେ। ଏ ସଂକ୍ରାନ୍ତରେ ସେ ଟୁଇଟ୍‌ କରିଥିଲେ। ଆଇଜି ଅମିତାଭ ଠାକୁର ଟୁଇଟରରୁ ଜାଣିବା ପରେ ହେଲ୍ପ ଲାଇନ୍‌ ଇଣ୍ଡିଆ କେୟାରର କେତେଜଣ ସ୍ବେଚ୍ଛାସେବୀଙ୍କୁ ସେଠାକୁ ପଠାଇଥିଲେ। ସୂର୍ଯ୍ୟାସ୍ତ ହୋଇଯାଇଥିବାରୁ ଜଟଣୀ ଡାକ୍ତରଖାନା ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ମନା କରିଦେଇଥିଲା। ପରେ ଆଇଜି ଠାକୁର ଖୋର୍ଦ୍ଧା ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲାପାଳଙ୍କ ସ୍ବତନ୍ତ୍ର ଅନୁମତିକ୍ରମେ ମୁଖ୍ୟ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହଯୋଗରେ ବ୍ୟବଚ୍ଛେଦ କରାଯାଇଥିଲା। ପରେ ବୃଦ୍ଧାଜଣକ ସ୍ବାମୀଙ୍କ ମୃତଦେହକୁ ନେଇ ବିହାର ଫେରିଥିବା ଠାକୁର ସୂଚନା ଦେଇଛନ୍ତି। ତେବେ ଘରକୁ ଫେରିବା ପୂର୍ବରୁ ମୃତ ଅରୁଣଙ୍କ ସ୍ତ୍ରୀ ଉତ୍ତରା ଓଡିଶାର ପୋଲିସ ଅଧିକାରୀ ଅମିତାଭ ଠାକୁରଙ୍କ ସହଯୋଗ ସ୍ମରଣୀୟ ହୋଇରହିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri