ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କରିବାକୁ ଆସି କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ବୃଦ୍ଧ

କୋରାପୁଟ,୮ା୧୦(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୋରାପୁଟ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଗୁରୁବାର ସକାଳେ ଜଳଭଣ୍ଡାରରେ ଦୀର୍ଘ ସମୟ ଧରି ଖୋଜିବା ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧଙ୍କ ନାମ ହେଲା ମଦନ କିରସାନୀ(୫୦)। ତାଙ୍କ ଘର ଲମତାପୁଟ ବ୍ଲକର ପୁରୁଣାପୁକି ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଲମତାପୁଟ ବ୍ଲକର ପୁରୁଣାପୁକି ଗ୍ରାମର ମଦନ କିରସାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କାଯର୍ର୍‌ୟକୁ ଆସି କୋଲାବ ଜଳଭଣ୍ଡାରରେ ସ୍ନାନ କରୁଥିବାବେଳେ ଜଳଭଣ୍ଡାରରେ ବୁଡ଼ିଯାଇ ନିଖୋଜ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଗୁରୁବାର କୋରାପୁଟ ଓଏସ୍‌ଏପିସ୍ଥିତ ଓଡ୍ର୍ରାଫ ପକ୍ଷରୁ ହାବିଲଦାର ଗୋପାଳ ନାୟକଙ୍କ ନେତୃତ୍ୱରେ ହାବିଲଦାର ନାଗଭୂଷଣ ପଟ୍ଟନାୟକ, ସନ୍ତୋଷ ପଣ୍ଡା, ଚନ୍ଦନ ନାୟକ, ପୂର୍ବଖିଲ, ଅନଓ୍ବର ଅଲ୍ଲୀ, ଈଶ୍ୱର ମିରିଗନ, ବି. ଏକ୍କା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଜଳଭଣ୍ଡାରରୁ ମୃତଦେହ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ହାତ ଯୋଡ଼ି ଏମିତି ନିବେଦନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ରାଜ ରାସ୍ତାରେ ଜଣେ ସାଧାରଣ ନାଗରିକଙ୍କୁ କିଛି ନିବେଦନ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି।...

ସାଇଡ୍‌ ଦେବାକୁ ଯାଇ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ଏସ୍‌ ବୁଲାଣୀରେ ନାୟକ ଆଣ୍ଡ ନାୟକ ନାମକ...

ଚୈତ୍ର ମହୋତ୍ସବରେ ଦେବୀଙ୍କ ନଗର ପରିକ୍ରମା

ରିଷିଡ଼ା,୧୨ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଚୈତ୍ର ମହୋତ୍ସବ ଆରମ୍ଭ ହୋଇଛି। ଶନିବାର ଦେବଦେବୀଙ୍କ ନିଶାଣ...

ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍‌ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି, ଗିରଫ ପରେ କୋର୍ଟଚାଲାଣ

ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍‌ରେ ଆଇଆର୍‌ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି...

ମା’କୁ ବଳାତ୍କାର ଅଭିଯୋଗରେ ଜେଲ ଯାଇଥିଲେ ସାନ ଭାଇ: ନିର୍ଦୋଷରେ ଖଲାସର ୬ ମାସପରେ ପିଟିପିଟି ମାରିଦେଲେ ବଡ଼ ଭାଇ

ବେଗୁନିଆପଡ଼ା,୪।୧୨(ସୁଶାନ୍ତ କୁମାର ପଟ୍ଟନାୟକ): ଜେଲ ଫେରନ୍ତା ସାନ ଭାଇକୁ ପିଟିପିଟି ହତ୍ୟା କଲେ ବଡ଼ ଭାଇ। ପୂର୍ବରୁ ଜନ୍ମ କଲା ମା’କୁ ବଳାତ୍କାର ଅଭିଯୋଗରେ ଜେଲ...

ମୁର୍ଶିଦାବାଦ ହିଂସାକୁ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଦଙ୍ଗା କାହିଁକି, ଲାଗୁ ହେବ ନାହିଁ ଓ୍ବକଫ ଆଇନ

କୋଲକାତା,୧୨।୪: ୱକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲାରେ ହିଂସାତ୍ମକ ପ୍ରତିବାଦ କରାଯାଇଥିଲା। ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲାରେ ପୋଲିସ ଗାଡ଼ି...

ଦୁଇଦିନ ପରେ ଶେଷ ହେବ ମା’ ଦଣ୍ଡକାଳୀଙ୍କ ପର୍ବ: ପୂଜା ପାଇଲେ ସୀତାରାମ ପୁରପୁଞ୍ଜା ….

ଗଞ୍ଜାମ,୧୨।୪(ବିଦ୍ୟାଧର ସାହୁ ): ଚୈତ୍ର ମାସରେ ମା’ ଦଣ୍ଡକାଳୀଙ୍କ ପର୍ବ ନିମନ୍ତେ ଉତ୍ସବ ମୁଖର ଗାଁରୁ ସହର। ଆଉ ଦୁଇଦିନ ପରେ ଶେଷ ହେବ ଜିଲା...

ଭୂକମ୍ପ ଝଟକାରେ ଥରିଲା ୫ ଦେଶ, ଲୋକେ ଭୟଭୀତ, ବାଦ ପଡିଲାନି ଭାରତ କି ପାକିସ୍ତାନ

ନୂଆଦିଲ୍ଲୀ,୧୨।୪: ବିଶ୍ୱର ପ୍ରାୟ ୫ ଦେଶରେ ଶନିବାର ସକାଳୁ ଦ୍ୱିପ୍ରହର ମଧ୍ୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହା ରିକ୍ଟର ସ୍କେଲର ୪.୦ରୁ ୬.୫ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image