ପୋଲସରା,୧୬ା୮(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ବିରିପୁର ଗ୍ରାମ ବାଘୁଆ ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମୃତ ବ୍ୟକ୍ତି ଜଣଙ୍କ ହେଲେ ବିରିପୁର ଗ୍ରାମର ହରିହର ପାତ୍ର (୮୦)। ସେ ବୁଧବାର ସନ୍ଧ୍ୟାରେ ଗ୍ରାମର ବାଘୁଆ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ। ନଦୀରେ ଗାଧୋଉଥିବା କିଛି ଲୋକ ଖବର ଦେବା ପରେ ୩୮ ନମ୍ବର ଜୋନ୍ ଜିଲା ପରିଷଦ ଅଶୋକ କୁମାର ବିଷୋୟୀ, ଉକ୍ତ ଗ୍ରାମର ସୀମାଞ୍ଚଳ ବିଷୋୟୀ ଓ ପରିବାର ଲୋକେ ପହଞ୍ଚି ସଙ୍ଗେ ସଙ୍ଗେ କିଛି ଲୋକଙ୍କ ସହାୟତାରେ ନଦୀ ପାଣିରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେସ୍ ନମ୍ବର ୧୧/୨୦୨୩ ରେ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।