ରଥଗଡ଼ାରେ ଟଳିପଡ଼ିଲେ ବୃଦ୍ଧ

ଢେଙ୍କାନାଳ ଅଫିସ, ୨୧।।୬(ରତନ ନାୟାର): ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଇଁ ଆସିଥିଲେ ଗଁାରୁ ସହରକୁ। ଚକାନୟନକୁ ଦେଖୁ ଦେଖୁ ଉଡ଼ିଗଲା ଜୀବନ। ପବିତ୍ର ଘୋଷଯାତ୍ରାରେ ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ରଥଗଡ଼ାରେ। ମୃତକ ହେଲେ ୧୫ନଂ. ଓ୍ବାର୍ଡ ଅଧୀନ ମୁକ୍ତାଦେଈପୁର ଶାସନର ବୃଦ୍ଧ ନିରୋଦ କୁମାର ରଥ (୭୧)।
ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରାରେ ଠାକୁରଙ୍କ ଦର୍ଶନ କରିବା ଏବଂ ରଥ ଟାଣିବା ପାଇଁ ମଙ୍ଗଳବାର ନିରୋଦ ଶ୍ରୀ ସିଦ୍ଧବଳରାମ ଜୀଉଙ୍କ ମନ୍ଦିରକୁ ଆସିଥିଲେ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବା ବେଳକୁ ସେ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଅଂଶୁଘାତର ଶିକାର ହୋଇ ନିରୋଦଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ନିରୋଦ ହେଉଛନ୍ତି ୧୫ନଂ. ଓ୍ବାର୍ଡର ପୂର୍ବତନ କାଉନ୍‌ସିଲର ବିଷ୍ଣୁପ୍ରିୟା ରଥଙ୍କ ସ୍ବାମୀ। ସେ ଦୀର୍ଘଦିନ ଧରି ତହସିଲ କାର୍ଯ୍ୟାଳୟରେ ନବସନ୍ଦା କାର୍ଯ୍ୟ କରି ସୁପରିଚିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ରାଇକିଆ,୧୦ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହଠାରେ ଶୁକ୍ରବାର ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇକିଆ ବ୍ଲକ ଅଧ୍ୟକ୍ଷ...

ବସ୍‌ରେ ଚିକିତ୍ସା ପାଇଁ ଯାଉଥିଲେ: ସିଟ୍‌ରେ ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧା...

ମୋହନାରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିଲେ ଅଭିଯୁକ୍ତ, ହାଜତ ପଠାଇଲା ଅବକାରୀ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏସ୍‌ଆଇ ଅନୀତା ପ୍ରଧାନ ଗଜପତି ଜିଲା ମୋହନା ଥାନା କୀର୍ତ୍ତିଗି ଗ୍ରାମର ଜିତେନ୍ଦ୍ର ପାଇକଙ୍କୁ...

ଭୋଟ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ: ଫେରିଗଲେ ନିର୍ବାଚନ ଅଧିକାରୀ

ଝାରସୁଗୁଡା,୧୦।୧: ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଆଜି ଅନୁଷ୍ଠିତବେଳେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୧୦ଟାରେ ଅନାସ୍ଥା...

‘ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍‌କା ଜୀବନ’ ଉନ୍ମୋଚିତ

ଭୁବନେଶ୍ୱର,୧୦ା୧(ଅନୁରାଧା ମହାରଣା): ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍‌ ଡ. ରେଖା ଚତୁର୍ବେଦୀଙ୍କ ପୁସ୍ତକ ‘ଫିଜି ମେଁ ଭାରତୀୟୋଁ କା ଇତିହାସ...

ବିବାହ ବିଚ୍ଛେଦ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମାମଲା ବିଚାରାଧୀନ ଥିଲେ ଜଣେ ନେଇପାରିବେ…

କଟକ,୧୦ା୧: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି...

ସ୍ବାମୀଙ୍କ ସହ ଜେଲ୍‌ ଗଲେ ସହଦେବ ହତ୍ୟାଘଟଣାର ମାଷ୍ଟରମାଇଣ୍ଡ୍‌ ଲିପିକା

ଭୁବନେଶ୍ୱର,୧୦ା୧: ବ୍ରାଉନଗୁଗାର ବିକ୍ରି  ଏବଂ ରସୁଲଗଡ଼ ବ୍ରିଜ୍‌ ଉପରେ ସହଦେବ ନାୟକଙ୍କୁ ହତ୍ୟା କରିବା ଘଟଣାର ମାଷ୍ଟରମାଇଣ୍ଡ୍‌ ଲିପିକା ନାୟକଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ବାନ୍ଧିଛି।...

ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା: ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ମାଲକାନଗିରି,୧୦।୧(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ତେଲଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri