Categories: ଫୁରସତ

ଏହି ବୃଦ୍ଧା ଦେଖିଛନ୍ତି ୨ଟି ବିଶ୍ୱ ଯୁଦ୍ଧ, ପୁଣି ଫ୍ଲୁ ପରେ କରୋନାକୁ ବି ଦେଖିଲେ

ଦୁଇଟି ବିଶ୍ୱ ଯୁଦ୍ଧ ଦେଖିବାଠାରୁ ଆରମ୍ଭ କରି ଏବେ ଫ୍ଲୁ ଆଉ କରୋନା ପରି ମହାମାରୀ ଦେଖିସାରିଲେଣି ବ୍ରିଟେନର ଜଣେ ବୃଦ୍ଧା। ସ୍କଟ୍‌ଲାଣ୍ଡରେ ରହୁଥିବା ଏହି ବୃଦ୍ଧାଙ୍କୁ ଏବେ ୧୦୯ ବର୍ଷ। ଲୁଇସା ଓ୍ବିଲ୍‌ସନଙ୍କ ଆଜି ହେଉଛି ୧୦୯ ତମ ଜନ୍ମବାର୍ଷିକୀ। ଆଜିର ଏହି ଦିନରେ ତାଙ୍କୁ ୬୦ଟି ବାର୍ଥ ଡେ’ କାର୍ଡ ମିଳିଛି। ଯେଉଁଥିରେ ବ୍ରିଟେନର ରାଣୀ ତାଙ୍କୁ ୬ଟି କାର୍ଡ ପଠାଇଛନ୍ତି। ଲୁଇସାଙ୍କ ନାତୁଣୀ କୁହନ୍ତି, ତାଙ୍କ ଜେଜେମା ଏବେ ମାନିବାକୁ ରାଜି ନୁହନ୍ତି କି ସେ ଦେଶର ସବୁଠୁ ବୟସ୍କା ବୋଲି। ସେ ଆହୁରି ଦୀର୍ଘଦନ ବଞ୍ଚିବାକୁ ଚାହୁଁଛନ୍ତି।

ଲୁଇସା ତାଙ୍କର ଜନ୍ମଦିନ ନିଜ ପରିବାର ସଦସ୍ୟ, ସାଙ୍ଗସାଥୀଙ୍କ ସହିତ ପାଳନ କରିଛନ୍ତି। ଜନ୍ମଦିନରେ ତାଙ୍କୁ ଚକୋଲେଟ୍‌, ଲେଜ୍‌ ଆଦି ପିଲାଙ୍କ ପରି ଅନେକ ଜିନିଷ ଉପହାର ଦେଇଛନ୍ତି ପରିବାର ଲୋକେ। ୧୯୧୨ରେ ଜନ୍ମିତ ଲୁଇସା ୫ ଭାଇ-ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼। ସେ ତାଙ୍କ ପରିବାରର ଏକମାତ୍ର ଜୀବିତ ସଦସ୍ୟ। ତାଙ୍କ ସ୍ବାମୀ ରୋବର୍ଟ ୧୯୮୯ ମସିହାରେ ପରଲୋକ ଗମନ କରିଛନ୍ତି। ଲୁଇସାଙ୍କ ଦୁଇ ଝିଅ ମୁରିଏଲ ଏବଂ ଏଲେନୋର।

Share