Advertisement

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧ ଗୁରୁତର

ଗଞ୍ଜାମ, ୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମ ଚାନ୍ଦିନୀ ପାଖରେ ଏକ ମାଟି ଘର କାନ୍ତ ରବିବାର ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଚାନ୍ଦିନୀରେ ବିଶ୍ରାମ ନେଉଥିବା ଉକ୍ତ ଗ୍ରାମର ଅଭି ମହାପାତ୍ରଙ୍କ ଉପରେ କାନ୍ଥ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ଜଣେ ଦିନ ମଜୁରିଆ ହୋଇଥିବା ହେତୁ ପ୍ରଶାସନ ପକ୍ଷରୁ ସହଯୋଗ ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି । ଏ ନେଇ ଗ୍ରାମବାସୀ ତହସିଲ ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା ରବିବାର ଯୋଗୁ କୌଣସି ପ୍ରଶାସନିକ ଅଧିକାରୀ ଆସି ନ ଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share