ବନ୍ୟା ଜଳରେ ଭାସି ବୃଦ୍ଧଙ୍କ ଜୀବନ ଗଲା

ହାଟଡିହୀ,୨୨।୮(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜାବିନିପୁର ଗ୍ରାମର ଜଣେ ବ୍ୟକ୍ତି ବନ୍ୟା ଜଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି କୁଶ ମୁଣ୍ଡା(୪୦)। ସୂଚନାରୁ ଜଣାପଡିଛି ଯେ, କୁଶ ଗତ ରବିବାର ସକାଳୁ ଭାଗବଖରା କରିଥିବା ଚାଷ ଜମିକୁ ଏକ ନାଳ ପାର ହୋଇ ଯାଇଥିଲେ। କିନ୍ତୁ ଆଉ ଫେରି ନ ଥିଲେ। ପରିବାର ଏବଂ ଗ୍ରାମବାସୀ ବିଭିନ୍ନ ଯାଗରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନ ଥିଲା। ବନ୍ୟା ଜଳ କମିଯିବା ଫଳରେ ତାଙ୍କର ମୃତଦେହ ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସ୍ଥାନୀୟ ନନ୍ଦୀପଦା ପୋଲିସକୁ ସୂଚନା ଦିଆଯାଇଛି।

Share