Categories: ଫୁରସତ

ଜଙ୍ଗଲରୁ ଗଛପତ୍ର ଖାଇ ବର୍ଷା ପାଣି ପିଇ ଜୀବନ ରକ୍ଷା କରିଥିଲେ ଏହି ବୃଦ୍ଧ, କାରଣ ଜାଣିଲେ…

ସାଧାରଣତଃ ଭୟାନକ ଜଙ୍ଗଲରେ ସାପ, ଜୀବଜନ୍ତୁ ଆଦି ବାସ କରନ୍ତି। ଜଙ୍ଗଲରେ ଗୋଟିଏ ଦିନ ବିତାଇବା କଷ୍ଟକର। ମାତ୍ର ଜଣେ ବୃଦ୍ଧ ଏକ ଜଙ୍ଗଲରେ ୩ ରାତି କଟାଇଥିଲେ।

ବ୍ରିଟେନର ଲିଓନାର୍ଡ ବ୍ୟାରି ଓ୍ବେଲର ନାମକ ଜଣେ ୭୨ ବର୍ଷୀୟ ବୃଦ୍ଧ ଥରେ ତାଙ୍କ ସାଙ୍ଗକୁ ଭେଟିବାକୁ ଥାଇଲାଣ୍ଡ ଯାଇଥିଲେ। ମାତ୍ର ସେ ଥାଇଲାଣ୍ଡର ଏକ ଜଙ୍ଗଲରେ ହଜିଗଲେ। ସେ ଜଙ୍ଗଲ ଭିତରୁ ଫେରିବା ପାଇଁ ଆଉ ରାସ୍ତା ପାଇଲେନି। ଏକ ସାକ୍ଷାତକାରରେ ଓ୍ବେଲର କହିଛନ୍ତି, ସେ ତିନିଦିନ ପର୍ଯ୍ୟନ୍ତ ଜଙ୍ଗଲରୁ ଗଛପତ୍ର ଏବଂ ବର୍ଷା ପାଣି ପିଇ ଜୀବନ ଧାରଣ କରିଥିଲେ। ରାତିରେ ଏକ ପାହାଡ଼ ଉପରେ ଶୋଇଥିଲେ। ଯେଉଁଠି କି ହାତୀ,ଭାଲୁ ଏବଂ ସାପଙ୍କ ବାସସ୍ଥାନ। ଏପଟେ ଓ୍ବେଲରଙ୍କ ଘରଲୋକ ଖୋଜି ତାଙ୍କୁ ପାଉ ନ ଥିଲେ। ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହା ପରେ ଓ୍ବେଲରଙ୍କୁ ଖୋଜିବା ଆରମ୍ଭ କରିଥିଲା। ଶେଷରେ ଓ୍ବେଲରଙ୍କୁ ଜଙ୍ଗଲରୁ ପାଇଥିଲେ। ପରିବାର ଲୋକ ଏବଂ ପୋଲିସକୁ ଦେଖି କାନ୍ଦି ପକାଇଥିଲେ ଓ୍ବେଲର।

Share