Posted inଫୁରସତ

୩୬ ଘଣ୍ଟା ଦୋଳି ଖେଳି ବିଶ୍ୱ ରେକର୍ଡ କଲେ ବୃଦ୍ଧ

ଯେତେବେଳେ କ୍ରେଜ୍‌ କାହାର ମୁଣ୍ଡରେ ଚଢ଼ିଯାଏ, ସେତେବେଳେ ଜଣେ ବ୍ୟକ୍ତି କିଛି ବି କରିପାରେ। କେବଳ ନିଜ ଭିତରେ ଉତ୍ସାହ ରହିବା ଦରକାର। ବୟସ ଯେତେ ବଢୁନା କାହିଁକି ଇଚ୍ଛାଶକ୍ତି ଥିଲେ ମଣିଷ ସଫଳତା ହାସଲ କରିଥାଏ। ସେମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ବୃଦ୍ଧ।

୬୧ ବର୍ଷୀୟ ରିଚାର୍ଡ ସ୍କଟ୍‌ ଇଂଲଣ୍ଡର କିନ୍ନରସରେ ଦୋଳି ଖେଳି  ଗିନିଜ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ସେ  ଦୋଳିରେ ଦୀର୍ଘ ୩୬ ଘଣ୍ଟା ବସିଥିଲେ। ଏହି ସମୟରେ, ଘଣ୍ଟା ପ୍ରତି ୫ ମିନିଟ୍‌ ବିରତି ପାଇଁ ଅନୁମତି ଦିଆଯାଇଥିଲା।

ଦୋଳି ଖେଳିବାରେ ତାଙ୍କର ଏପରି ଦକ୍ଷତା ଅଛି ଯେ, ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।
୩୬ ଘଣ୍ଟା ଦୋଳି ଖେଳିବା ତାଙ୍କ ପାଇଁ ଏକ ସୁନ୍ଦର ଅନୁଭୂତି ଥିଲା ବୋଲି ସେ କୁହନ୍ତି। ଏହି ଦୋଳି ମାରାଥନ ସେ ଅକ୍ଟୋବର ୨୦୨୦ରେ କ୍ୱିନ ଲେଭିଙ୍କ ଦ୍ୱାରା ନିର୍ମିତ ୩୪ ଘଣ୍ଟିଆ ରେକର୍ଡକୁ ଭାଙ୍ଗିଥିଲେ। କିନ୍ନରସ ଏବଂ ଜିଲାର ରୋଟାରୀ କ୍ଲବ, ଯେଉଁଠାରେ ସ୍କଟ୍‌ ଜଣେ ସଦସ୍ୟ, ରିଚାର୍ଡ ସ୍କଟ୍‌ଙ୍କ ଦୋଳି ଖେଳିବା ଅଭ୍ୟାସର ଏକ ଭିଡିଓ ଫେସବୁକରେ ଶେୟାର କରିଥିଲେ। ଏହି ବିଷୟରେ ତାଙ୍କ ଅଭିଜ୍ଞତା ବାଣ୍ଟି ସ୍କଟ କହିଥିଲେ, ଏହା ବହୁତ ଭଲ ଥିଲା। ଗୋଡର ଉପର ଭାଗରେ ସାମାନ୍ୟ ଯନ୍ତ୍ରଣା ହୁଏ। ଏହା ବ୍ୟତୀତ ଅନ୍ୟ ସବୁକିଛି ଠିକ୍‌ ଥିଲା। ଏହା ଏକ ସୁନ୍ଦର ଅନୁଭୂତି ଥିଲା। ଯଦିଓ ଏହା ଏକ ଚ୍ୟାଲେଞ୍ଜିଂ ଥିଲା, ତଥାପି ଭଲ ଥିଲା। ମୁଁ ବହୁତ ଉତ୍ସାହିତ ଅଛି ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଆଇପି ପାସ୍‌ କିଣି କବରସ୍ଥାନ ପରିଦର୍ଶନ

ଲଣ୍ଡନ: କୌଣସି ସ୍ବପରିଜନ କିମ୍ବା ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ, କେବଳ ତାଙ୍କର ସ୍ମୃତି ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସହ ରହିଯାଇଥାଏ। ତେବେ ଯେଉଁ...

ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…

ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ...

କପେ ଚା’କୁ ଲକ୍ଷେ ଟଙ୍କା

ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍‌ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର...

ଜାଣନ୍ତି କି କାହିଁକି ହିନ୍ଦୀ ବାମରୁ ଡାହାଣକୁ, ଊର୍ଦ୍ଦୁ ଡାହାଣରୁ ବାମକୁ ଲେଖାଯାଏ, ଏହା ପଛର କାରଣ ଜାଣିଲେ…

ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାରତରେ କଥିତ। ଏହି ଦୁଇଟି ଭାଷା ମଧ୍ୟରେ ଅନେକ ସମାନତା ଅଛି, ତଥାପି ସେଗୁଡ଼ିକ ଲେଖିବାରେ ଏକ ବଡ଼ ପାର୍ଥକ୍ୟ...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri