କବିସୂର୍ଯ୍ୟନଗର,୧୫ା୧୦(ଡି.ଏନ୍.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତ ସମିତି ସଭ୍ୟାଙ୍କ ସ୍ବାମୀ ନିରଞ୍ଜନ ଗୌଡ଼ଙ୍କୁ ଗତକାଲି ରାତିରେ ୩ଜଣ ଅଜଣା ଯୁବକ ଘରୁ ଡାକି ନେଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ସେ ଦୌଡି ଘରେ ପଶିଯିବାପରେ କବାଟକୁ ବୋମା ମାଡ଼ କରି ଫେରାର ହୋଇଯାଥିବା ଆହତ ନିରଞ୍ଜନ କହିଛନ୍ତି। ଦୁର୍ବୃତ୍ତମାନଙ୍କୁ ସେ ଚିହ୍ନି ନଥିବା କହିଛନ୍ତି। ବୁଧବାର ରାତିରେ ଘରେ ଥିବାବେଳେ ତାଙ୍କୁ କେହି ଆସି ଡାକିଥିଲେ। ସେ ବାହାରକୁ ଆସିବା ପରେ ହଠାତ୍ ସେମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ନିରଞ୍ଜନ ବାଉଁଶିଆ ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ଥିବାବେଳେ ସ୍ତ୍ରୀ କନକମଞ୍ଜରୀ ସମିତିସଭ୍ୟା ଅଛନ୍ତି। ଆହତ ନିରଞ୍ଜନ ଏବେ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅଜଣା ଦୁର୍ବୁତ୍ତ କିଏ, କିଏ ସୁପାରୀ ଦେଇ ଆକ୍ରମଣ କରିଛି କି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।