Advertisement

ବୃଦ୍ଧଙ୍କୁ ଟେକି କଚାଡ଼ିଦେଲା ହାତୀ, ଡାକ୍ତରଖାନାରେ ଭର୍ତ୍ତି

କଣ୍ଟାମାଳ,୯ା୪(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ରବିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହାତୀ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଲେ ୬୫ ବର୍ଷୀୟ ସମାରୁ ସାହୁ । ଶନିବାର ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ଘର ପଛପଟେ ଥିବା ପୋଖରୀକୁ ଯାଇଥିଲେ । ସେହି ସମୟରେ ପାଖ ଜଙ୍ଗଲରୁ ପୋଖରୀକୁ ପାଣି ପିଇବାକୁ ଆସିଥିବା ଏକ ହାତୀ ସମାରୁଙ୍କୁ ଆକ୍ରମଣ କରିବା ସହ କଚାଡ଼ି ଦେଇଥିଲା। ହାତୀର ଗର୍ଜନ ଶୁଣି ପରିବାର ଲୋକ ଲାଇଟଧରି ଆସି ହାତୀକୁ ଘଉଡାଇଥିଲେ। ଗୁରୁତର ସମାରୁଙ୍କୁ ଉଦ୍ଧାର କରି ପରିବାର ଲୋକେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share