କେହି ସମ୍ପର୍କୀୟ ଆସିଲେନି, ବୃଦ୍ଧାଙ୍କ ମୃତଦେହ ସତ୍କାର କଲେ ସମାଜସେବୀ

କର୍ଲାମୁଣ୍ଡା,୯ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତସ୍ଥିତ ଭୋଇପଡ଼ାଠାରେ ଶନିବାର ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ବୃଦ୍ଧା ଯଶୋଦା ଭୋଇ(୮୫)ଙ୍କର ବିୟୋଗ ଘଟିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହଟି ଘରେ ପଡ଼ିରହିଥିଲା। କେହି ସମ୍ପର୍କୀୟ ଆସି ନ ଥିଲେ।

ସୂଚନା ପାଇ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ମିଶ୍ର, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବୀର ବରିହା ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବଜରଙ୍ଗ ଦଳ ମାନସ ସେବା ସଂଘର କର୍ମକର୍ତ୍ତା ଓ ସ୍ଥାନୀୟ ସମାଜସେବୀ ପହଞ୍ଚି ମହାନତା ଦେଖାଇ ମୃତଦେହ ସତ୍କାର କରିଥିଲେ। ଏଥିରେ ସ୍ଥାନୀୟ ସମାଜସେବୀ କୈଳାସ ପରିଡ଼ା, ସରୋଜ ସାହୁ,ଅମର ସାହୁ, ଗୁରୁଦେବ ସାହୁ ପ୍ରମୁଖ ମୃତଦେହକୁ ନିକଟରେ ଥିବା ଉତେଇ ନଦୀରେକୂଳରେ ଦାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀଙ୍କୁ ମାସକୁ ମିଳେ ୫୦ହଜାର ଯାଏ ଦରମା, ଜାଣନ୍ତି କି କେଉଁ ଯୋଗ୍ୟତାରେ ହୁଅନ୍ତି ନିଯୁକ୍ତି?

ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ପୁଣି ଥରେ କଶ୍ମୀର ଉପତ୍ୟକାର ଶାନ୍ତି ଏବଂ ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ପରି ମନେ...

ପାକିସ୍ତାନ ସେନା ବିମାନରେ ଲାଗିଗଲା ନିଆଁ, ଭିଡିଓ ଭାଇରାଲ

ଇସଲାମବାଦ,୨୬।୪: ପାକିସ୍ତାନରୁ ଆସିଛି ବଡ଼ ଖବର। ଲାହୋର ବିମାନବନ୍ଦରରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି। ଏହି କାରଣରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି। ସୂଚନା...

ପ୍ରବଳ ଗରମରେ ପିଉଛନ୍ତି କି ଆଖୁରସ? ସ୍ବାସ୍ଥ୍ୟ ପ୍ରତି ହୋଇପାରେ ଘାତକ, ଜାଣି ରଖନ୍ତୁ…

ଆଖୁରସ ଏମିତି ଏକ ପାନୀୟ, ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ। ସେଥିପାଇଁ ଆମ ମଧ୍ୟରୁ ଅନେକ ଏହାକୁ ପିଇବାକୁ ପସନ୍ଦ କରନ୍ତି। ଏହା...

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ଲାଇସେନ୍ସ ରଦ୍ଦ: ସତର୍କ କରାଇଲେ ….

ନୂଆପଡ଼ା,୨୬।୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ସେମାନେ...

ଯୁଦ୍ଧ ନାଁ ଶୁଣି ଥରହର TRF ମୁଖ୍ୟ, ଭିଡିଓ ଜାରି କରି ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଲସ୍କର କମାଣ୍ଡର ସୈଫୁଲ୍ଲା କସୁରୀ ଆକ୍ରମଣର ଦୋଷ ନେବାକୁ ମନା କରିଦେଇଛନ୍ତି। ଏହା ପରେ, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ...

ଆମେ ଭାରତ ସହ ଅଛୁ..ଭାରତକୁ ସହଯୋଗର ହାତ ବଢାଇଲା ଆମେରିକା ଗୋଇନ୍ଦା ବିଭାଗ

ଓ୍ବାଶିଂଟନ,୨୬।୪:ପହଲଗାମ୍‌ ଆକ୍ରମଣରେ ୩ ଦିନ ପରେ ଆମେରିକାର ଜାତୀୟ ଗୋଇନ୍ଦା ନିର୍ଦ୍ଦେଶିକା ତୁଲସୀ ଗାବ୍ବାର୍ଡ ଭାରତର ଆତଙ୍କବାଦ ନିରୋଧୀ ଅଭିଯାନକୁ ସମର୍ଥନ ଜଣାଇଛନ୍ତି। ଏକ ସୋସିଆଲ...

ମୁହଁ ଖୋଲି ଯୁଦ୍ଧ ପାଇଁ ଆହ୍ବନ କଲେ ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ, ମୋଦିଙ୍କୁ କହିଲେ…

ଇସଲାମବାଦ,୨୬।୪: ପହଲଗାମ ଆକ୍ରମଣ ପରେ ସବୁ ଦିଗରୁ ଚାପ ବୃଦ୍ଧି ପାଇବା ପରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ପାକ୍‌ ସେନାକୁ ସମ୍ବୋଧିତ କରିଛନ୍ତି। ତାଙ୍କ ବିରୋଧରେ ଲଗାଯାଇଥିବା...

୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମଶରେ ଘଟିଛି ଲଜ୍ଜାଜନକ ତଥା ହୃଦୟ ବିଦାରକ ଘଟଣା। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image