Advertisement

ମଲାଇକାଙ୍କ ଉପରୁ ହଟିଲାନି ବୃଦ୍ଧଙ୍କ ନଜର

ମୁମ୍ବାଇ: ଫ୍ୟାଶନ ଡିଭା ମଲାଇକା ଆରୋରା ସବୁବେଳେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କୌଣସି ଇଭେଣ୍ଟ ହେଉ କି କୌଣସି ଜିମ୍‌ ସେଣ୍ଟର। ସେ ଯେଉଁଠିକି ବି ଯାଆନ୍ତି ଲୋକେ ତାଙ୍କୁ ବୁଲି ବୁଲି ଚାହାନ୍ତି। କାରଣ କେବଳ ତାଙ୍କ ପୋଷାକ ପାଇଁ। ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା। ମଲାଇକା ଏକ ବେଜ୍‌ କଲରର ଟାଇଟ୍‌ ଲେଗିନ୍ସ ପିନ୍ଧିଥିବା ନଜର ଆସିଛନ୍ତି। ଏବେ ମଲାଇକାଙ୍କୁ ଏପରି ଆଉଟ୍‌ଫିଟ୍‌ରେ ଦେଖି ବୃଦ୍ଧମାନେ ବି ଚକିତ ହୋଇଛନ୍ତି।

ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ବୃଦ୍ଧ ଠିଆ ହୋଇ ଧ୍ୟାନ ସହକାରେ ମଲାଇକାଙ୍କୁ ଚାହିଁ ରହିଛନ୍ତି। ଏହା ଦେଖି ୟୁଜରମାନେ ମଲାଇକାଙ୍କୁ ଟ୍ରୋଲ୍‌ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ସଭ୍ୟ ପୋଷାକ ପିନ୍ଧ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଅଶ୍ଳୀଳତାର ଶେଷ ସୀମା। ଛାଡ଼ପତ୍ର ପରେ ଅଧିକ ଅସଭ୍ୟ ହୋଇଯାଇଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଲାଜରେ ଚାଚା। ଆଉ କେହି କେହି ଚାଚା ଅନ୍‌ ଟାର୍ଗେଟ୍‌ ଲେଖିଛନ୍ତି।

ଖାଲି ଡ୍ରେସ୍‌ ନୁହେଁ, କିଛିଦିନ ତଳେ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହିତ ସିଟି ଅଫ୍‌ ଲଭ୍‌ ୟାନି ପ୍ୟାରିସ୍‌ରେ ଥିଲେ। ପ୍ୟାରିସରୁ କିଛି ଫଟୋ ଶେୟାର କରିଥିଲେ। ଅର୍ଜୁନଙ୍କୁ ମଲାଇକା ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କେବେ ହେବେ କୌଣସି ସ୍ପଷ୍ଟତା ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share