ଚାଲିଗଲା ବୃଦ୍ଧଙ୍କ ଜୀବନ

ପାଟଣା,୨୦।୧(ସ୍ବ. ପ୍ର.)  ଗାଁକୁ ଭଲ ରାସ୍ତା ନଥିବାରୁ ଜଣେ ବୃଦ୍ଧଙ୍କୁ ଆମ୍ବୁଲାନ୍ସ ଯାଇ ଆଣି ନ ପାରିବାରୁ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ବିଳମ୍ବରେ ଚିକିତ୍ସାଳୟରେ ପହଞ୍ଚିବାରୁ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ମୃତକ ହେଲେ ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତ ପାତ୍ର ସାହିର ବୈରାଗୀ ପାତ୍ର। ସୂଚନା ଅନୁଯାୟୀ, ବୈରାଗୀ ରାତିରେ ପେଟ ଯନ୍ତ୍ରଣା ସହ୍ୟ କରି ନ ଥିଲେ। ତାଙ୍କ ଦିବ୍ୟାଙ୍ଗ ପୁଅ ସୁନୀଲ ଗାଁ ଯୁବକଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ରାସ୍ତା ଖରାପ ଥିବାରୁ ସାହି ଭିତରକୁ ଆମ୍ବୁଲାନ୍ସ ପଶି ପାରି ନଥିଲା। ୫ଶହ ମିଟରରୁ ଉଦ୍ଧର୍‌ବ ରାସ୍ତା ଷ୍ଟ୍ରେଚରରେ ବୋହି ତାଙ୍କୁ ଜିଲା ମୁଖ୍ୟାଳୟ ସ୍ଥାନାନ୍ତର କରାଯାଇଥିଲା।